କଳା ଟଙ୍କା ଧଳା କରିବା ମାମଲାରେ ଲାଲୁଙ୍କୁ ଜାମିନ ଦେଲେ ଦିଲ୍ଲୀ ଅଦାଲତ

ନୂଆଦିଲ୍ଲୀ: ଆଇଆର୍‌ସିଟିସିରେ ଦୁର୍ନୀତିରେ ହୋଇଥିବା କଳାଟଙ୍କା ଧଳା କରିବା ମାମଲାରେ ସୋମବାର ଦିନ ଦିଲ୍ଲୀର ପଟିଆଲା ଅଦାଲତ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବ୍‌ଡ଼ି ଦେବୀ, ପୁତ୍ର ତେଜସ୍ୱୀ ଯାଦବ ଓ ଅନ୍ୟମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି।

କିନ୍ତୁ, ଗୋଖାଦ୍ୟ ଦୁର୍ନୀତି ଯୋଗୁଁ ଲାଲୁ ପ୍ରସାଦଙ୍କୁ ହୋଇଥିବା ଜେଲ୍‌ ଦଣ୍ଡାଦେଶ କାଏମ ରହିବ।

ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ମିଳିଛି।

ପରବର୍ତ୍ତୀ ଶୁଣାଣି ଲାଗି ଫେବ୍ରୁଆରି ୧୧ ତାରିଖ ଦିନ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର