ନୂଆଦିଲ୍ଲୀ : ଜେଏନ୍ୟୁ ଛାତ୍ର ସରଜିଲ୍ ଇମାମ୍ଙ୍କୁ ଆଜି ଦିଲ୍ଲୀ କୋର୍ଟ ୫ ଦିନ ପାଇଁ ପୁଲିସ ହାଜତକୁ ପଠାଇ ଦେଇଛନ୍ତି। ଦିଲ୍ଲୀ ପୁଲିସ କ୍ରାଇମ ବ୍ରାଞ୍ଚ୍ ଅଧୀନରେ ସେ ୫ ଦିନ ହାଜତରେ ରହିବେ। ଇମାମ୍ଙ୍କୁ ଆଜି ପୁଲିସ ଦ୍ବାରା ସାକେତ କୋର୍ଟରେ ହାଜର କରାଯାଇଥିଲା। ଦିଲ୍ଲୀ ପୁଲିସ କ୍ରାଇମ ବ୍ରାଞ୍ଚ୍ ଦ୍ବାରା ତାଙ୍କୁ ବିହାରର ଜେହାନାବାଦ୍ରୁ ଗତକାଲି ଗିରଫ କରାଯାଇଥିଲା। ସିଏଏ ବିରୋଧୀ ଆନ୍ଦୋଳନ ସମୟରେ ଦେଶ ବିରୋଧୀ ଏବଂ ଦଙ୍ଗା ସୃଷ୍ଟିକାରୀ ବୟାନ ଦେଇଥିବାରୁ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ଇମାମ୍ଙ୍କ ବିରୋଧରେ ପ୍ରାୟ ୬ଟି ରାଜ୍ୟରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି।। ଗତ ୨୫ ତାରିଖରେ ସରଜିଲ୍ ଇମାମ୍ଙ୍କ ବିରୋଧରେ ଆଇପିସିର ଧାରା ୧୨୪ ଏ ଏବଂ ୧୫୩ ଏ ଅଧୀନରେ ଏଫ୍ଆଇଆର ରୁଜୁ ହୋଇଥିଲା।
ସରଜିଲ୍ ଇମାମ୍ଙ୍କୁ ୫ ଦିନ ଲାଗି ପୁଲିସ ହାଜତକୁ ପଠାଇଲେ ଦିଲ୍ଲୀ କୋର୍ଟ
/sambad/media/post_attachments/wp-content/uploads/2020/01/Sharjeel-Imam.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)