ନୂଆଦିଲ୍ଲୀ: ୩୫୪ କୋଟିର ବ୍ୟାଙ୍କ୍‌ ଋଣ ଠକେଇ ସହ ମନି ଲଣ୍ଡରିଂ ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କମଲନାଥଙ୍କର ବ୍ୟବସାୟୀ ଭଣଜା ରତୁଲ ପୁରୀଙ୍କୁ ଆଜି ଠାରୁ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଜେଲ୍‌କୁ ପଠାଇ ଦିଆଯାଇଛି। ଦିଲ୍ଲୀର ଏକ ସ୍ୱତନ୍ତ୍ର ଅଦାଲତର ବିଚାରପତି ସଞ୍ଜୟ ଗର୍ଗ ଅଭିଯୁକ୍ତ ରତୁଲ ପୁରୀଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଆଗତ ମାମଲାର ବିଚାର କରି ତାଙ୍କୁ ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ (ବିଚାର ବିଭାଗୀୟ ହାଜତ) ଜେଲକୁ ପଠାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ବ୍ୟାଙ୍କ ଋଣ ଠକେଇ ସହ ମନି ଲଣ୍ଡରିଂ ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କମଲନାଥଙ୍କର ବ୍ୟବସାୟୀ ଭଣଜା ରତୁଲ ପୁରୀଙ୍କୁ ଗତ ଅଗଷ୍ଟ ୨୦ ତାରିଖରେ ଗିରଫ କରିଥିଲା।