ଆଇଆର୍‌ସିଟିସି ଠିକା ମାମଲା: ଲାଲୁ, ରାବ୍‌ଡ଼ି, ତେଜସ୍ୱୀ ଓ ଅନ୍ୟମାନଙ୍କୁ ଡକାଇଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ସୋମବାର ଦିନ ଦିଲ୍ଲୀର ଏକ ଅଦାଲତ ‘ଇଣ୍ଡିଆନ୍‌ ରେଲ୍‌େଓ୍ଵ କ୍ୟାଟରିଙ୍ଗ୍‌ ଆଣ୍ଡ୍‌ ଟୁରିଜମ୍‌ କର୍ପୋରେସନ୍‌’ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବ୍‌ଡ଼ି ଦେବୀ, ପୁତ୍ର ତେଜସ୍ୱୀ ଯାଦବ ଓ ଅନ୍ୟମାନଙ୍କୁ ଡକାଇଛନ୍ତି।

ପରିଚାଳନା ପାଇଁ ଦୁଇଟି ଆଇଆର୍‌ସିଟିସି ହୋଟେଲ୍‌କୁ ଏକ ଘରୋଇ ଫାର୍ମକୁ ଠିକାରେ ଦେବାରେ ଅନିୟମିତା ଅବଲମ୍ବନ କରିଥିବା ଅଭିଯୋଗ ମାମଲାରେ ଅଗଷ୍ଟ ୩୧ ତାରିଖ ଦିନ ଅଦାଲତରେ ହାଜର ହେବାକୁ ସ୍ପେସାଲ୍‌ ଜଜ୍‌ ଅର୍‌ବିନ୍ଦ କୁମାର ସେମାନଙ୍କୁ ନିର୍ଦେଶ ଦେଇଛନ୍ତି।

ଏହି ମାମଲାରେ ଏପ୍ରିଲ୍‌ ୧୬ ତାରିଖ ଦିନ ଚାର୍ଜସିଟ୍‌ ଦାଖଲ କରି କହିଥିଲେ କି ଦୋଷୀ ସାବ୍ୟସ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି।

ଲାଲୁ ଯାଦବଙ୍କ ଏବଂ ତାଙ୍କ ପରିବାରର ସଦସ୍ୟଙ୍କ ବ୍ୟତୀତ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରେମ ଚାନ୍ଦ ଗୁପ୍ତ ଏବଂ ତାଙ୍କ ପତ୍ନୀ ସରଳା ଗୁପ୍ତ, ତତ୍‌କାଳୀନ ଆଇଆର୍‌ସିଟିସିର ପରିଚାଳନା ନିର୍ଦେଶକ ଏବଂ ନିର୍ଦେଶକ ରାକେଶ ସାକ୍‌ସେନାଙ୍କ ନାମ ମଧ୍ୟ ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଛି।

ଆଇଆର୍‌ସିଟିସିର ତତ୍‌କାଳୀନ ଗ୍ରୁପ୍‌ ଜେନେରାଲ୍‌ ମ୍ୟାନେଜର୍‌ ଭି କେ ଅସ୍ଥାନା ଓ ଆର୍‌ କେ ଗୋୟାଲ୍‌, ଏବଂ ସୁଜାତା ହୋଟେଲ୍‌ ଓ ଚାଣକ୍ୟ ହୋଟେଲ୍‌ର ନିର୍ଦେଶକ ବିଜୟ କୋଚ୍ଛର୍‌, ବିନୟ କୋଚ୍ଛରଙ୍କ ନାମ ମଧ୍ୟ ଚାର୍ଜସିଟ୍‌ରେ ରହିଛି।

ସମ୍ବନ୍ଧିତ ଖବର