୯୧% ଲୋକଙ୍କ ମତରେ ବିଜେପି ହିଁ ‌ହିଂସା ପାଇଁ ଦାୟୀ, ଆପରେ ଅଧିକ ଭଦ୍ର ଓ ଶିକ୍ଷିତ ଲୋକ ଅଛନ୍ତି: ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀରେ ସବୁବେଳେ ବିଜେପି ଏବଂ ଆମ୍ ଆଦମୀ ପାର୍ଟିର ନେତାମାନେ ପରସ୍ପରକୁ ଦୋଷାରୋପ କରିଥାନ୍ତି। ଏହା କିଛି ନୂଆ କଥା ନୁହେଁ। ଦର ବୃଦ୍ଧି ଓ ଦଙ୍ଗା ସୃଷ୍ଟି ପାଇଁ ବିରୋଧୀ ବିଜେପିକୁ ଦାୟୀ କରୁଥିବା ବେଳେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏନେଇ ପୁଣି ଥରେ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଆମେ ଲୋକଙ୍କୁ ନେଇ ସର୍ଭେ କରିଥିଲୁ। କେଉଁ ଦଳ ଦଙ୍ଗା କରୁଛି ବୋଲି ପଚରାଯାଇଥିବା ବେଳେ ୯୧% ଲୋକ କହିଛନ୍ତି ଯେ ବିଜେପି ହିଂସା ଓ ଦଙ୍ଗା ସୃଷ୍ଟି କରୁଛି।

ସିସୋଦିଆ କହିଛନ୍ତି ଯେ ଏପ୍ରିଲ୍ ୨୧ରୁ ଆମେ ସର୍ଭେ କାର୍ଯ୍ୟ ଆରମ୍ଭ କରିଥିଲୁ, ଯେଉଁଥିରେ ୩ଟି ପ୍ରଶ୍ନ ପଚରାଯାଇଥିଲା। ଏହି ସର୍ଭେ କରିବାକୁ ୨ସପ୍ତାହ ସମୟ ଲାଗିଥିଲା। ୩ଟି ଉପାୟରେ ଏହି ସର୍ଭେ କରାଯାଇଥିଲା। ଏଥିରେ ଆମେ ୧୧ ଲକ୍ଷ ୫୪ ହଜାର ୨୩୧ ଜଣଙ୍କ ସହ କଥା ହୋଇଥିଲୁ। ଏହି ସର୍ଭେ ସମଗ୍ର ଦିଲ୍ଲୀରେ କରାଯାଇଥିଲା। ଏହି ସର୍ଭେରେ ୯୧% କହିଥିଲେ ଯେ ବିଜେପି ହିଂସା ଏବଂ ଦଙ୍ଗା ସୃଷ୍ଟି କରୁଛି। ଏଥିସହିତ ୮% ଭେ‌ାଟ କଂଗ୍ରେସକୁ ଏବଂ ୧% ଭୋଟ ଅନ୍ୟମାନଙ୍କୁ ମିଳିଥିଲା।

ଏହା ସହ କେଉଁ ଦଳର ସବୁଠାରୁ ଅଧିକ ଅଶିକ୍ଷିତ ଲୋକ ଅଛନ୍ତି? ଏହି ପ୍ରଶ୍ନର ଜବାବରେ ୮୯% ଲୋକ ବିଜେପିର ନାଁ ନେଇଥିବା ବେଳେ ୫% ଲୋକ କଂଗ୍ରେସ ଓ ୨% ଆପର ନାଁ ନେଇଥିଲେ।

ସେହିଭଳି କେଉଁ ଦଳରେ ଭଦ୍ର ଓ ଶିକ୍ଷିତ ଲୋକ ଅଛନ୍ତି? ଏହି ପ୍ରଶ୍ନର ଜବାବରେ ୭୩% ଲୋକ ଆପ ପାଇଁ ଭୋଟ୍ ଦେଇଥିବା ବେଳେ ୧୫% କଂଗ୍ରେସକୁ ଓ ୧୦% ଲୋକ ବିଜେପିକୁ ଭୋଟ ଦେଇଥିଲେ। ବିଜେପିକୁ ଟାର୍ଗେଟ କରି ମନୀଷ ସିସୋଦିଆ କହିଛନ୍ତି ଯେ ଆଜି ଏହି ସର୍ଭେରୁ ଜଣାପଡିଛି ଯେ ଜନସାଧାରଣଙ୍କ ଆଗରେ ବିଜେପିର ଅସଲ ମୁଖା ସମ୍ପୂର୍ଣ୍ଣ ଭାବେ ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର