ଏପ୍ରିଲରେ ଦେଶର ଏହି ସ୍ଥାନମାନଙ୍କରେ ହୋଇପାରେ ଭୟଙ୍କର ଭୂମିକମ୍ପ! ହ୍ଵାଟସ୍‌ଆପ୍‌ରେ ଘୁରି ବୁଲୁଛି ମେସେଜ୍‌

ଭୂମିକମ୍ପର କେନ୍ଦ୍ର ଗୁରୁଗ୍ରାମରେ ରହିବ

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କୁ ଆତଙ୍କିତ କରିବା ପରି, ଏପରି ଏକ ମେସେଜ୍‌ ଏବେ ହ୍ଵାଟସ୍‌ଆପ୍‌ରେ ଘୁରି ବୁଲୁଛି। ଏଥିରେ ଲେଖାଯାଇଛି, ନାସା ମୁତାବିକ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଓ ଭୟଙ୍କର ଭୂମିକମ୍ପ ଭାରତର ରାଜଧାନୀ ଦିଲ୍ଲୀରେ ଏପ୍ରିଲ ୭ରୁ ୧୫ ମଧ୍ୟରେ ହୋଇପାରେ ବୋଲି ଅନୁମାନ କରାଯାଉଛି। ଯାହାର ତୀବ୍ରତା ୯.୧ରୁ ୯.୨ ରହିବ ବୋଲି କୁହାଯାଉଛି। ଦିଲ୍ଲୀ ସମେତ ହରିୟାଣା, ପଞ୍ଜାବ, ଜମ୍ମୁ ଓ କାଶ୍ମୀରରୁ ତାମିଲନାଡୁ, ରାଜସ୍ଥାନ, ବିହାର ଓ ପାକିସ୍ତାନରେ ବି ଭୂମିକମ୍ପର ପ୍ରଭାବ ପଡ଼ିବ। ଭୂମିକମ୍ପର କେନ୍ଦ୍ର ଗୁରୁଗ୍ରାମରେ ରହିବ ବୋଲି ଅନୁମାନ କରାଯାଉଛି।

କେବଳ ଏତିକି ନୁହେଁ, ଏହି ମେସେଜକୁ ଅଧିକରୁ ଅଧିକ ଫରୱାର୍ଡ କରିବାକୁ ହ୍ଵାଟସ୍‌ ଆପ୍‌ରେ ପରାମର୍ଶ ଦିଆଯାଉଛି। ଦିଲ୍ଲୀରେ ରହୁଥିବା ବନ୍ଧୁ ଓ ସମ୍ପର୍କୀୟଙ୍କୁ ସଚେତନ କରିବା ସହିତ ଦିଲ୍ଲୀ ଛାଡି ଯିବାକୁ ବି ପରାମର୍ଶ ଦିଆଯାଇଥିବା ସଙ୍ଗେ ଭୂମିକମ୍ପ ସମ୍ପର୍କରେ ଅଧିକ ବିବରଣୀ ପାଇଁ www.nasaalert.com କୁ ଲଗ୍‌ଇନ୍‌ କରିବାକୁ ମେସେଜରେ ଉଲ୍ଲେଖ ରହିଛି। ଏହି ମେସେଜ୍‌ ଭାଇରାଲ ହେବା ପରେ ସାରା ଦେଶରେ ଭୟର ବାତାବରଣ ଖେଳି ଯାଇଛି।

ତେବେ ଖୋଲତାଡ଼ ପରେ ଏହା ଏକ ଗୁଜବ ମେସେଜ୍‌ ବୋଲି କୁହାଯାଇଛି। ବିଶେଷଜ୍ଞଙ୍କ ମତରେ ଏପରି କିଛି ବୈଜ୍ଞାନିକ ପଦ୍ଧତି ବାହାରି ନାହିଁ, ଯାହା ଭୂମିକମ୍ପର ପୂର୍ବାନୁମାନ କରିପାରିବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ହ୍ଵାଟସ୍‌ ଆପରେ ନାସାର ଯେଉଁ ୱେବସାଇଟ୍‌ ଠିକଣା ଦିଆଯାଉଛି ତାହା ମଧ୍ୟ ଭୁଲ। ନାସାର ଅସଲି ୱେବ୍‌ସାଇଡ୍‌ ହେଉଛି http://www.nasa.govt/ ।ସୌଜନ୍ୟ: india.com

 

ସମ୍ବନ୍ଧିତ ଖବର