ଦିଲ୍ଳୀ ନିର୍ବାଚନ: କଂଗ୍ରେସ ଜାରି କଲା ଇସ୍ତହାର ପତ୍ର, ବେରୋଜଗାର ଯୁବକଙ୍କୁ ୫୦୦୦ରୁ ୭,୫୦୦ ପର୍ଯ୍ୟନ୍ତ ବେକାରି ଭତ୍ତା

ନୂଆଦିଲ୍ଳୀ: ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ଭୋଟ୍ ପାଇଁ ଚାଲିଛି କସରତ । ନିର୍ବାଚନ ପାଇଁ ଏବେଠାରୁ ରାଜନୀତି ଉଷ୍ମ ହେବାରେ ଲାଗିଲାଣି । ନିର୍ବାଚନ ପାଖେଇ ଆସୁଥିବା ବେଳେ କୌଣସି ମୌକାକୁ ହାତଛଡା କରିବାକୁ ଚାହୁଁନାହାନ୍ତି ନେତା । ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ଦିଲ୍ଲୀ ଅକ୍ତିଆର କରିବା ପାଇଁ ଜନତାଙ୍କ ନିକଟରତର ହେବାକୁ ଚେଷ୍ଟା କରୁଛନ୍ତି  । ଆମ ଆଦମି ପାର୍ଟି ଓ ବିଜେପି ପରେ ଆଜି କଂଗ୍ରେସ ପକ୍ଷରୁ ଦିଲ୍ଲୀ ନିର୍ବାଚନ ପାଇଁ ଇସ୍ତହାର ପତ୍ର ଜାରି କରାଯାଇଛି ।

Prokerala.com

କଂଗ୍ରେସ ମାନିଫେଷ୍ଟୋ ଅନୁସାରେ ୩୦୦ ୟୁନିଟ୍ ମାଗଣା ବିଜୁଳି ସମେତ ବିଳୁଳି ବଂଚାଇଲେ କ୍ୟାସବ୍ୟାକ୍ ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି । ବେକାର ଯୁବବର୍ଗଙ୍କୁ ମାସିକ ବେରୋଜଗାରୀ ଭତ୍ତା ଦେବାକୁ ମଧ୍ୟ ଘୋଷଣା ହୋଇଛି । ଗ୍ରାଜୁଏଟଙ୍କୁ ମାସିକ ୫ ୦୦୦ ଟଙ୍କା ଏବଂ ପୋଷ୍ଟ ଗ୍ରାଜୁଏଟ୍ ବେକାର ଯୁବବର୍ଗଙ୍କୁ ମାସିକ ୭୫୦୦ ଟଙ୍କା ଭତ୍ତା ଦେବାକୁ ଇସ୍ତହାର ପତ୍ରରେ କୁହାଯାଇଛି । କେବଳ ଏତିକି ନୁହେଁ ରାଜଧାନୀ ଦିଲ୍ଲୀରେ ୧୦୦ ଇନ୍ଦିରା କ୍ୟାଣ୍ଟିନ୍ ଖୋଲିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି । ଏହି କ୍ୟାଣ୍ଟିନରେ ମାତ୍ର ୧୫ ଟଙ୍କାରେ ମିଳିବ ମିଲ୍ । ଆଉ ସବୁଠାରୁ ବଡ଼ କଥା ହେଲା ମହିଳାମାନେ ଚଳାଇବେ ଏହି କ୍ୟାଣ୍ଟିନ୍ ।

ସମ୍ବନ୍ଧିତ ଖବର