ଦିଲ୍ଲୀରେ ପୁଣି ଆସୁଛି ଆପ୍‌ , ଗତ ଥର ତୁଳନାରେ ବିଜେପିର ଆସନ କିଛିଟା ବଢିବ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ପୁଣି ଥରେ ଆମ ଆଦମି ପାର୍ଟି ବିଜୟୀ ହେବା ସ୍ପଷ୍ଟ ହୋଇଯାଇଛି । ତେବେ ଦଳ ଗତଥର ତୁଳନାରେ ଏଥର କମ ଆସନ ପାଇବ । ସେହିପରି ଗତ ଥର ମାତ୍ର ୩ଟି ଆସନ ପାଇଥିବା ବିଜେପି ନିଜର ସ୍ଥିତିରେ ଯଥେଷ୍ଟ ଉନ୍ନତି ଆଣିବ ।
ଏପର୍ଯ୍ୟନ୍ତ ମିଳିଥିବା ଫଳାଫଳ ଅନୁସାରେ ଆପ ୫୮ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୧୨ଟିରେ ଆଗୁଆ ରହିଛି । କଂଗ୍ରେସ ନିଜର ଖାତା ମଧ୍ୟ ଖୋଲିପାରିନାହିଁ ।
ଏଣୁ ଦିଲ୍ଲୀବାସୀ ଏଥର ଆପକୁ ପୁଣି ଥରେ ଫେରାଇଆଣିବାକୁ ଚାହିଁଛନ୍ତି । କିନ୍ତୁ ଗତ ଥର ଭଳି ଏକ ଦୁର୍ବଳ ବିରୋଧୀ ଦଳ ଦେବାକୁ ଚାହିଁନାହାନ୍ତି ଲୋକେ । ଲୋକଙ୍କ ନିର୍ଦ୍ଦେଶ ସ୍ପଷ୍ଟ-ଆମ ଆଦମି ପାର୍ଟି ଶାସନ କରୁ କିନ୍ତୁ ଏକ ଦୃଢ ବିରୋଧୀ ଦଳ ରହୁ ।

୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌ ବିପୁଳ ବହୁମତ ହାସଲ କରିଥିଲା । ଦଳ ମୋଟ ୭୦ଟି ଆସନରୁ ୬୭ଟିରେ ଜିତିଥିଲା । ବିଜେପି ମାତ୍ର ୩ଟିରେ ଜିତିଥିବାବେଳେ କଂଗ୍ରେସ ମୂଳପୋଛ ହୋଇଯାଇଥିଲା । ତେବେ ଚଳିତ ଥର ଆପ ନିଜର କ୍ଷମତା ବଜାୟ ରଖିବାର ସମ୍ଭାବନା ଥିଲେ ମଧ୍ୟ ଏହା ଗତ ଥରର ସଫଳତା ଦୋହରାଇବା କଷ୍ଟ ବୋଲି ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର