କଂଗ୍ରେସ ଘୋଷଣା କଲା ନିର୍ବାଚନୀ ଇସ୍ତାହାର : ବରିଷ୍ଠ ନାଗରିକଙ୍କୁ ମାସିକ ୫,୦୦୦ ଟଙ୍କା ଭତ୍ତା, ବେକାର ଯୁବକ, ଯୁବତୀଙ୍କୁ ମାସିକ ଭତ୍ତା

ନୂଆଦିଲ୍ଲୀ : ଦିଲ୍ଲୀ ନିର୍ବାଚନକୁ ଆଉ ସପ୍ତାହେ ବାକି ଥିବାବେଳେ କଂଗ୍ରେସ ଆଜି ନିଜର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି। କଂଗ୍ରେସ ଆଜି ଦିଲ୍ଲୀବାସୀଙ୍କୁ ନିର୍ବାଚନୀ ଇସ୍ତା‌ହାର ଜରିଆରେ ସ୍ବପ୍ନ ଦେଖାଇଛି। ଦିଲ୍ଲୀବାସୀଙ୍କୁ ୩୦୦ ୟୁନିଟ୍‌ ବିଜୁଳି ମାଗଣାରେ ଯୋଗାଇ ଦେବା ସହିତ ପ୍ରତି ମାସକୁ ପରିବାର ପିଛା ୨୦,୦୦୦ ଲିଟର ପାଣି ମାଗଣାରେ ଯୋଗାଇ ଦେବାକୁ କଂଗ୍ରେସ ଘୋଷଣା କରିଛି। ସେହିଭଳି କଂଗ୍ରେସ କ୍ଷମତାକୁ ଆସିଲେ ବେକାର ଯୁବକମାନଙ୍କୁ ବେକାରୀ ଭତ୍ତା ଯୋଗାଇ ଦେବ। ବେକାର ସ୍ନାତକ ଯୁବକଙ୍କୁ ମାସିକ ୫,୦୦୦ ଏବଂ ବେକାର ସ୍ନାତକୋତ୍ତର ଯୁବକ, ଯୁବତୀଙ୍କୁ ମାସିକ ୭,୫୦୦ ଟଙ୍କା ଦେବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ମାଗଣାରେ କୋଚିଂ ଯୋଗାଇ ଦେବା ସହିତ ବରିଷ୍ଠ ନାଗରିକଙ୍କୁ ମାସିକ ୫,୦୦୦ ଟଙ୍କା ପେନ୍‌ସନ ଦେବାକୁ କଂଗ୍ରେସ ଘୋଷଣା କରିଛି।

ସମ୍ବନ୍ଧିତ ଖବର