ବେଙ୍ଗାଲୁରୁ : ଦିଲ୍ଲୀରୁ ଏକ ପରିବାର ଚଳିତ ମାସରେ ଗୋଆ ବୁଲିବାକୁ ଯାଇଥିଲେ। ଗୋଆ ବେଳାଭୂମିରେ ସେମାନଙ୍କ ଉପରେ କିଛି ଲୋକ ଖଣ୍ଡା ଏବଂ ଛୁରୀ ଧରି ଆକ୍ରମଣ କରିଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଜଣେ ବ୍ୟକ୍ତି ଅତି ଗୁରୁତର ଆହତ ହୋଇଛନ୍ତି। ଗୋଆ ପୁଲିସ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ରୋଶନ ସମେତ ୪ ଜଣଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିଛି।
ଦିଲ୍ଲୀ ବାସିନ୍ଦା ଅଶ୍ବିନୀ କୁମାର ଚନ୍ଦ୍ରାଣୀ ଏବଂ ତାଙ୍କ ପରିବାର ଉପରେ ଅଞ୍ଜୁନାର ଏକ ଗ୍ୟାଙ୍ଗ୍ ମାର୍ଚ୍ଚ ୫ ତାରିଖରେ ଆକ୍ରମଣ କରିଥିଲେ। ଉକ୍ତ ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଏହି ଭିଡିଓରୁ ପୁଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଛି। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/goa-1.jpg)