ନୂଆଦିଲ୍ଲୀ : ଦିଲ୍ଲୀର ବଓ୍ଵାନା ଶିଳ୍ପାଞ୍ଚଳ ସ୍ଥିତ ଏକ ବେଆଇନ ବାଣ ଗୋଦାମରେ ଗତକାଲି ସନ୍ଧ୍ୟାରେ ଘଟିଥିବା ଅଗ୍ନିକାଣ୍ଡରେ ୧୭ ଜଣଙ୍କ ମୃତ୍ୟୁ ଘଟଣା ଦିଲ୍ଲୀ ସରକାରଙ୍କ ଢିଲା ସୁରକ୍ଷା ନୀତିକୁ ପଦାରେ ପକାଇ ଦେଇଛି। ପୁଲିସ ଆଜି ଗୋଦାମ ମାଲିକକୁ ଗିରଫ କର ଜେରା ଚଳାଇଛି। ଗୋଦାମରେ ପ୍ରାୟ ୩ ଟ୍ରକ୍ ବାଣ ରହିଥିଲା ଏବଂ ଏଠାରୁ ଅନ୍ଲାଇନ ବିକ୍ରୟ ହେଉଥିଲା ବୋଲି ଜଣାପଡ଼ିଛି । ପ୍ରାୟ ୨ ବର୍ଷ ଧରି ଏହି ବେଆଇନ କାରବାର ପୁଲିସ ପ୍ରଶାସନର ନାକ ତଳେ ଚାଲିଥିଲେ ମଧ୍ୟ କେବେ ବି ଏଠାରେ ଚଢ଼ାଉ ହୋଇଥିବା ନଜିର ନାହିଁ। ବାଣ ଗୋଦାମରୁ ବ୍ୟାପିଥିବା ନିଆଁରେ ଏକ ପ୍ଲାଷ୍ଟିକ୍ କାରଖାନା ଏବଂ ଏକ କାର୍ପେଟ ଉଦ୍ୟେଗ ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ବାଣ ଗୋଦାମ ଅଗ୍ନିକାର୍ଡରେ ମୃତ ୧୭ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ପ୍ରଥମ ମହଲାରେ ହିଁ ଘଟିଥିବା ବେଳେ ୪ ଜଣ ଗ୍ରାଉଣ୍ଡ ଫ୍ଲୋର୍ରେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ନିଆଁରୁ ବର୍ତ୍ତିବା ପାଇଁ ଶ୍ରମିକ କର୍ମଚାରୀମାନେ ଯେଉଁ ସ୍ଥାନରେ ଆଶ୍ରୟ ନେଇଥିଲେ ସେଠାରେ ବିସ୍ଫୋରଣ ଘଟିବାରୁ ୧୦ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ରୋହିଣୀ ଡିସିପି ରଜନୀଶ ଗୁପ୍ତା କହିଛନ୍ତି ଯେ ବାଣ ଗୋଦାମ ମାଲିକ ମନୋଜ ଜୈନଙ୍କୁ ଗିରଫ କରାଯିବା ସହ ଅଗ୍ନିକାଣ୍ଡର କାରଣ ଜାଣିବାକୁ ତଦନ୍ତ ଜାରି ରହିଛି। ଏହି ଗୋଦାମରେ ଅନ୍ୟ ଜଣେ ଅଂଶୀଦାର ଥିବାରୁ ସେ ସଂପର୍କରେ ମଧ୍ୟ ଖୋଳତାଡ଼ ଚାଲିଛି। ଏହି ମାମଲାରେ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ସମ୍ଭାବନା ରହିଛି । ଗତରାତିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଘଟଣାସ୍ଥଳକୁ ଗସ୍ତ କରିଥିଲେ। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ଗୋଦାମରେ ଧୂଆଁ ଭର୍ତ୍ତି ହୋଇଯିବାରୁ ଅନେକ ଲୋକ ଅଚେତ ହୋଇଯାଇଥିଲେ ଏବଂ ନିଆଁ ବ୍ୟାପିଯିବାରୁ ସେଥିରୁ ବର୍ତ୍ତିପାରି ନଥିଲେ। ଛାତରୁ ପ୍ରାଣ ବିକଳରେ ଡେଇଁପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଅଗ୍ନିଶମ ବିଭାଗର ମୁଖ୍ୟ ଅଧିକାରୀ ଅତୁଲ ଗର୍ଗ କହିଛନ୍ତି।
ଦିଲ୍ଲୀ ଅଗ୍ନିକାଣ୍ଡ ବାଣ ଗୋଦାମ ମାଲିକ ଗିରଫ
ଅନ୍ଲାଇନ୍ କାରବାର ଚାଲିଥିଲା, ମୃତକଙ୍କ ପରିବାରକୁ ୫ ଲକ୍ଷ
/sambad/media/post_attachments/wp-content/uploads/2018/01/delhifireie.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)