ଅଗ୍ନିଶମ ସୁରକ୍ଷା ବିଶେଷଜ୍ଞଙ୍କ ମତରେ ଦିଲ୍ଲୀର ୮୦ ପ୍ରତିଶତ କୋଠା ଅସୁରକ୍ଷିତ

ନୂଆଦିଲ୍ଲୀ: ସୁରଟର ଅଗ୍ନିକାଣ୍ଡ ଘଟଣା ପରେ ଦିଲ୍ଲୀର କୋଠାଗୁଡ଼ିକ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି । ଜଣେ ଅଗ୍ନିଶମ ବିଭାଗର ଅଧିକାରୀଙ୍କ କହିବା ଅନୁସାରେ ଆଗାମୀ ଗୋଟିଏ-ଦୁଇଟି ଦିନରେ ସମଗ୍ର ଅଂଚଳର ତାଲିକା ପଠାଯିବ । ଏହାର ରିପୋର୍ଟ ସରକାରଙ୍କୁ ଦିଆଯିବ । ଦମକଳ ବିଭାଗର ଅଧିକାରୀ ଏବଂ ଅଗ୍ନିଶମ ସୁରକ୍ଷା ବିଶେଷଜ୍ଞଙ୍କ କହିବା ଅନୁସାରେ ଦିଲ୍ଲୀର ବହୁ କୋଠା ଅସୁରକ୍ଷିତ ।

ଅଗ୍ନିଶମ ବିଭାଗର ଜଣେ ପୂର୍ବତନ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ ଫାୟାର ସେଫ୍ଟି ମାମଲାରେ ୮୦ ପ୍ରତିଶତ ସେଫ୍ଟି ଷ୍ଟ୍ରକଚରାଲ ହୋଇଥାଏ । ଅର୍ଥାତ ଅଗ୍ନିକାଣ୍ଡ କେତେ ଭୟଙ୍କର ହୋଇପାରିବ, ଏହା ସମୟ ହି କହିଥାଏ । ଯେଉଁ କୋଠାରେ ନିଆଁ ଲାଗିଛି, ସେହି କୋଠାର ନିର୍ମାଣ ଶୈଳୀ କିପରି ହେବ , ତାହା ଉପରେ ନିର୍ଭର କରିଥାଏ ।
ଜଣେ ବିଭାଗୀୟ ପୂର୍ବତନ ନିର୍ଦ୍ଦେଶକଙ୍କ କହିବା ଅନୁସାରେ ଜାଗା ଜାଗା ଫାୟର ଏକ୍ସଟିୱଶର ଫାୟାର ସେଫ୍ଟି ସୁନିଶ୍ଚିତ ହୋଇ ନଥାଏ । ଏଥିପାଇଁ ଷ୍ଟ୍ରକଚରାଲ ଲାଇଫ ସେଫ୍ଟି ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ଏବଂ ଦିଲ୍ଲୀର ୮୦ ପ୍ରତିଶତରୁ ଅଧିକ କୋଠା ସୁରକ୍ଷିତ ନୁହେଁ ବୋଲି ସେ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର