ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଏକ ଚକ୍ଷୁ ହସ୍ପିଟାଲରେ 'ଆଇ ୭ ଚୌଧୁରୀ ଆଇ ହସ୍ପିଟାଲ'ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ  ନିଆକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମବାହିନୀର ୧୨ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା।

Advertisment

ସୂଚନାଯୋଗ୍ୟ, ବୁଧବାର ସକାଳ ୧୧.୦୦ ରେ ଅଗ୍ନିଶମ ବିଭାଗକୁ ଆଇ ୭ ଚୌଧୁରୀ ଆଇ ହସ୍ପିଟାଲରେ ନିଆଁ ଲାଗିଥିବା ଖବର ମିଳିବା ପରେ ତତକ୍ଷଣାତ୍ ୧୨ଟି ଅଗ୍ନିଶମବାହିନୀର ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା। ସମୟ ଥାଉଥାଉ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରି ନେଇଥିଲେ।  ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଓ ଏହାଦ୍ବାରା କେତେ ଲୋକଙ୍କର କ’ଣ କ୍ଷତି ହୋଇଛି ତାହା ଜଣା ପଡିନାହିଁ। ଅଧିକାରୀମାନେ ଅଗ୍ନିକାଣ୍ଡର ଯାଞ୍ଚ କରୁଛନ୍ତି।

କିଛିଦିନ ପୂର୍ବରୁ ଦିଲ୍ଲୀର ଏକ ଶିଶୁ ଡାକ୍ତରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା ​​ଯେଉଁଥିରେ ୫ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଯାଇଥିଲା।  ଏହି ଘଟଣା ମଇ ୨୫ ତାରିଖ ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀର ବିବେକ ବିହାରରେ ଅବସ୍ଥିତ ଏକ ବେବି କେୟାର ସେଣ୍ଟରରେ ଘଟିଥିଲା। ଏହି ଦୁଃଖଦ ଦୁର୍ଘଟଣାରେ ୧୨ଜଣ ଶିଶୁଙ୍କୁ ହସ୍ପିଟାଲରୁ ଉଦ୍ଧାର କରାଯାଇଥିବା ବେଳେ ୭ଜଣ ଶିଶୁଙ୍କର ମୃତ୍ୟୁ ହୋଇଯାଇଥିଲା ।