ଦେଶରେ ପ୍ରଥମ ଦିଲ୍ଲୀ: ଯେଉଁଠି ଖାଲି ମହିଳା ଯାତ୍ରୀଙ୍କ ବସ୍‌ଯାତ୍ରା ମାଗଣା ନୁହେଁ; ପ୍ରତି ବସ୍‌ରେ ମହିଳା ଯାତ୍ରୀଙ୍କ ସୁରକ୍ଷା ପାଇଁ ରହିବେ ବସ୍‌ ମାର୍ସାଲ

ନୂଆଦିଲ୍ଲୀ: ଉତ୍ତର ଭାରତ ବିଶେଷ କରି ଦିଲ୍ଲୀରେ ବିପୁଳ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହେଉଥିବା ‘ଭାଇ ଦୁଜ୍‌’ ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ ରାଜଧାନୀ ଦିଲ୍ଲୀର ମହିଳାମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି।

ପ୍ରଥମେ ଦିଲ୍ଲୀ ପରିବହନ ନିଗମ (ଡିଟିସି) ଦ୍ୱାରା ପରିଚାଳିତ ସମସ୍ତ ବସ୍‌ରେ ଆଜିଠାରୁ ସମସ୍ତ ମହିଳା ଯାତ୍ରୀମାନଙ୍କର ଯାତ୍ରାକୁ ମାଗଣା ଘୋଷଣା କରିବା ପରେ ଏବେ ବସ୍‌ ମଧ୍ୟରେ ମହିଳା ଯାତ୍ରୀଙ୍କ ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ପ୍ରତି ବସ୍‌ରେ ବସ୍‌  ମାର୍ସାଲ ନିଯୁକ୍ତ କରିଛନ୍ତି । ଏହି କ୍ରମରେ ଦିଲ୍ଲୀର କେଜ୍ରିଓ୍ଵାଲଙ୍କ ସରକାର ୧୩ ହଜାରରୁ ଅଧିକ ବସ୍‌ ମାର୍ଶାଲଙ୍କୁ ନିଯୁକ୍ତି ଦେବା ପାଇଁ ମଧ୍ୟ ଆଜି ଘୋଷଣା କରିଛନ୍ତି।

NDTV

ଆସନ୍ତାକାଲି (ମଙ୍ଗଳବାର) ଠାରୁ ଡିଟିସି ଦ୍ୱାରା ପରିଚାଳିତ ସମସ୍ତ ବସ୍‌ଗୁଡ଼ିକରେ ବସ୍‌ ମାର୍ଶାଲଙ୍କୁ ଦେଖିବା ପାଇଁ ମିଳିବ। ଆଉ ଏଇ ବସ୍‌ ମାର୍ସାଲମାନେ ବସ୍‌ ମଧ୍ୟରେ ମହିଳା ଯାତ୍ରୀମାନଙ୍କର ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବେ।

ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ଏହି ଘୋଷଣା ପରେ ଏବେ ଦିଲ୍ଲୀ ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ ମହିଳାମାନଙ୍କର ବସ୍‌ ଯାତ୍ରା ସଂପୂର୍ଣ୍ଣ ମାଗଣା ଥିବାବେଳେ ମହିଳା ଯାତ୍ରୀମାନଙ୍କର ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ପାଇଁ ପ୍ରତି ବସ୍‌ରେ ବସ୍‌ ମାର୍ସାଲ ନିଯୁକ୍ତ ଅଛନ୍ତି।

ସମ୍ବନ୍ଧିତ ଖବର