ଆପଣଙ୍କ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ରହିଛି ତ? ନଚେତ୍‌ ଭୋଗି ପାରନ୍ତି ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଆପଣଙ୍କ ପାଖରେ ଗାଡ଼ି ରହିଛି କି? ଯଦି ହଁ, ତେବେ, ସେଥିରେ ଆପଣ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇଛନ୍ତି ତ? ଯଦି ଲଗାଇଛନ୍ତି ତା’ହେଲେ ଆପଣଙ୍କୁ ଚିନ୍ତା କରିବାରେ କିଛି ନାହିଁ । କିନ୍ତ ଯଦି ଆପଣ ଲଗାଇ ନାହାଁନ୍ତି ତେବେ ତୁରନ୍ତ ଯାଇ ନିଜ ଗାଡ଼ର ନମ୍ବର ପ୍ଲେଟ୍‌ ବଦଳାନ୍ତୁ । ଯଦି ଆପଣ ଅକ୍ଟୋବର ୧୩ ପୂର୍ବରୁ ଏପରି ନ କରୁଛନ୍ତି ତେବେ ଆପଣଙ୍କୁ ଜେଲ୍‌ ମଧ୍ୟ ଯିବାକୁ ପଡ଼ିପାରେ ବୋଲି ଖବର ମିଳିଛି ।

Clipper28

ପରିବହନ ବିଭାଗ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନଥିବା ଗାଡ଼ି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଥିବା ବେଳେ ଅକ୍ଟୋବର ୧୩ ତାରିଖ ସୁଦ୍ଧା ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ଲଗାଇବା ପାଇଁ ଶେଷ ତାରିଖ ରଖା ଯାଇଥିବା ଜଣା ପଡ଼ିଛି । ଏହା ପୂର୍ବରୁ ଲୋକମାନଙ୍କୁ ସଚେତନ କରିବା ପାଇଁ ଏକ ଅଭିଯାନ ମଧ୍ୟ କରାଯିବ ବୋଲି ସୂଚନା ମିଳିଛି । ପରିବହନ ବିଭାଗ ଦେଇଥିବା ସୂଚନା ଅନୁଯାୟୀ,ଯଦି ଅକ୍ଟୋବର ୧୩ ପରେ କାହା ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନ ରହିବ ତେବେ ତାଙ୍କୁ ୫୦୦ ଟଙ୍କା ଜରିମାନା ଦେବା ସହ ୩ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ।

ସମ୍ବନ୍ଧିତ ଖବର