୧୪ବର୍ଷ ପର୍ଯ୍ୟନ୍ତ ନିଜକୁ ଭାବୁଥିଲେ ଯୁବତୀ, ଶରୀରର ଏହି ପରିବର୍ତ୍ତନ ଆସିବା ପରେ ସାମ୍ନାକୁ ଆସିଲା ସତ

ନୂଆଦିଲ୍ଲୀ: ଦିଲ୍ଲୀର ଦ୍ୱାରିକାରେ ରହୁଥିବା ଲକ୍ଷ୍ମୀ ୧୪ବର୍ଷ ପର୍ଯ୍ୟନ୍ତ ନିଜକୁ ଯୁବତୀ ବୋଲି ଭାବି ଆସୁଥିଲେ । କିନ୍ତୁ ୧୪ବର୍ଷ ପରେ ତାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆସିବା ପରେ ସେ ଯୁବତୀ ନୁହନ୍ତି ବୋଲି ଜାଣି ପାରିଥିଲେ । ୧୪ବର୍ଷ ପରେ ଲକ୍ଷ୍ମୀ ଯୁବତୀ ନୁହନ୍ତି ବରଂ ଯୁବକ ବୋଲି ଜଣା ପଡ଼ିବା ପରେ ଲକ୍ଷ୍ମୀଙ୍କ ସହିତ ତାଙ୍କର ପୂରା ପରିବାର ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ସୂଚନା ମୁତାବକ, ୧୪ବର୍ଷ ବୟସରେ ନିଜ ଝିଅର ସ୍ୱର ଭାରି ହେଉଥିବା ଦେଖି ଲକ୍ଷ୍ମୀଙ୍କ ମାତା-ପିତା  ତାଙ୍କୁ ଡ଼ାକ୍ତରଙ୍କ ପାଖକୁ ନେଇ ଯାଇଥିଲେ । ସ୍ୱର ଭାରି ହେବା ସହ ଲକ୍ଷ୍ମୀଙ୍କ ଚାଲି ଚଳନ ବଦଳି ଯାଇଥିଲା । ଧିରେ ଧିରେ ଲକ୍ଷ୍ମୀ ନିଜକୁ ଯୁବକ ଭଳି ଅନୁଭବ କରିବା ଆରମ୍ଭ କରି ଦେଇଥିଲେ । କିଛି ଦିନ ଏଭଳି ଅନୁଭବ କରିବାରୁ ଶେଷରେ ନିଜ ମାତା-ପିତାଙ୍କୁ ଏ ବିଷୟରେ ଜଣାଇବା ପରେ ଲକ୍ଷ୍ମୀଙ୍କ ବାପା ତାଙ୍କୁ ନେଇ ଡ଼ାକ୍ତରଙ୍କ ପାଖରେ ପହଞ୍ଚିଥିଲେ । ପରୀକ୍ଷା ପରେ ଲକ୍ଷ୍ମୀ ଯୁବକ ବୋଲି କହିଥିଲେ ଡ଼ାକ୍ତର ।

oneindia.com

ଜନ୍ମ ସମୟରେ ଲକ୍ଷ୍ମୀଙ୍କ ଗୁପ୍ତାଙ୍ଗ ବିକଶିତ ନ ହୋଇଥିବାରୁ ମାତା-ପିତା ଲକ୍ଷ୍ମୀକୁ ଯୁବତୀ ବୋଲି ଭାବି ନେଇଥିଲେ ବୋଲି ଜଣା ପଡ଼ିଛି । ହାଇପୋସେଡ଼ିୟସ ଆବନର୍ମାଲ ଓପ୍‌ନିଙ୍ଗ ଅନ୍‌ ଦ ଅଣ୍ଡରସର୍ଫେସ ଅଫ୍‌ ପେନିସ୍‌ର ସମସ୍ୟା ଥିଲେ ଗୁପ୍ତାଙ୍ଗ ତିଆରିରେ ଏଭଳି ସମସ୍ୟା ଦେଖା ଯାଇଥାଏ । ଯାହାଦ୍ୱାରା କିଛି ମାତା-ପିତା ନିଜ ପୁଅକୁ ଝିଅ ବୋଲି ଭାବି ନେଇଥାନ୍ତି । ଯେଉଁ ସମସ୍ୟା ଲକ୍ଷ୍ମୀଙ୍କଠାରେ ଦେଖିବାକୁ ମିଳିଥିଲା । ସମସ୍ୟା ଜଣା ପଡ଼ିବା ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଏବେ ସେ ସମ୍ପୂର୍ଣ୍ଣ ଭାବରେ ଯୁବକ ହୋଇ ସାରିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର