ନୂଆଦିଲ୍ଲୀ: ଦିଲ୍ଲୀ ପାଇଲା ନୂଆ ମୁଖ୍ୟମନ୍ତ୍ରୀ । ରେଖା ଗୁପ୍ତା ହେଲେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକରେ ନାମ ଘୋଷଣା । ନାଁ ଘୋଷଣା ପରେ ରେଖା ଗୁପ୍ତାଙ୍କ ହାତରେ ରହିବ ଦିଲ୍ଲୀର ଶାସନ ଭାର । ବହୁ କଳ୍ପନା ଜଳ୍ପନା ପରେ ଶେଷରେ ରେଖାଙ୍କ ନାଁରେ ବାଜିଲା ମୁଖ୍ୟମନ୍ତ୍ରୀ ମୋହର ।
ତେବେ ଆଜି ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ନେଇ ଜୋରଦାର ଚାଲିଥିଲା ମାନସ ମନ୍ଥନ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ହଲଚଲ ହୋଇଥିଲା । ଆଉ ଶେଷରେ ଦିଲ୍ଲୀ ଦରବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇଛି । ଆସନ୍ତାକାଲି ହେବ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ । ରାମଲୀଳା ମୈଦାନରେ ଭବ୍ୟ ଶପଥ ସମାରୋହ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/02/19/EbjG7kjuFIM8y5iB6tLL.jpg)