ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି:ବିଧାୟକ ପାଣ୍ଠି ୧୦ କୋଟିକୁ ବଢ଼ିଲା

ନୂଆଦିଲ୍ଲୀ: ଦିଲ୍ଲୀର ଆମ୍‌ ଆଦ୍‌ମି ପାର୍ଟି ସରକାର ଆଜି ବିଧାୟକ ପାଣ୍ଠି ୬ କୋଟି ବଢ଼ାଇ ଏହାକୁ ୧୦ କୋଟି ଟଙ୍କାରେ ପହଞ୍ଚାଇଛନ୍ତି। କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ଏ ନେଇ ରାଜ୍ୟ ବିଧାନସଭାରେ ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ ବିଧାୟକ ପାଣ୍ଠି ୪ କୋଟିରୁ ୧୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଉଲ୍ଲେଖଯୋଗ୍ୟ, ବିଧାୟକ ପାଣ୍ଠି ବୃଦ୍ଧିକୁ ନେଇ ରାଜ୍ୟରେ ଅନେକ ବାର ବିବାଦ ଦେଖାଦେଇଥିଲା। କେଜି୍ରଓ୍ଵାଲ୍‌ ସରକାର ଯେବେ ବି ପାଣ୍ଠି ବୃଦ୍ଧି ସଂକ୍ରାନ୍ତ ଫାଇଲ୍‌ ତତ୍କାଳୀନ ଉପରାଜ୍ୟପାଳ ନଜୀବ ଜଂଗ୍‌ଙ୍କ ନିକଟକୁ ପଠାଇଛନ୍ତି, ସେ ତାହାକୁ ଅଗ୍ରାହ୍ୟ କରିଦେଇଛନ୍ତି। କିନ୍ତୁ ନିକଟରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ଦିଲ୍ଲୀ ସରକାରଙ୍କ କ୍ଷମତା ବଢ଼ିଥିବାରୁ ସରକାର ବିଧାୟକ ପାଣ୍ଠି ବଢ଼ାଇବାକୁ ସମର୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର