ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି ଦେଖାଦେଇଥିବାରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।  ଦିଲ୍ଲୀ ସରକାର ଆଜି କରୋନା ମହାମାରୀକୁ ନେଇ  ପରାମର୍ଶାବଳି ଜାରି କରିଛନ୍ତି। ଜାତୀୟ ରାଜଧାନୀରେ ହସ୍ପିଟାଲ୍‌ଗୁଡ଼ିକ ବେଡ୍‌ ପ୍ରସ୍ତୁତ ରଖିବା ସହ  ଅକ୍ସିଜେନ୍‌, ମେଡିସିନ୍‌ ଏବଂ ଟିକାର୍‌ ଉପଲବ୍ଧତା ସୁନିଶ୍ଚିତ କରିବା  ପାଇଁ କୁହାଯାଇଛି।  ଗତ କିଛି ସପ୍ତାହ ପୂର୍ବରୁ ଚୀନ୍‌, ଥାଇଲାଣ୍ଡ୍‌ ଏବଂ ସିଙ୍ଗାପୁରରେ ସଂକ୍ରମଣ ବଢ଼ୁଥିବାରୁ ଦିଲ୍ଲୀ ସରକାର ଏନେଇ ତତ୍ପରତା ଦେଖାଇଛନ୍ତି।  ଦିଲ୍ଲୀରେ ସମସ୍ତ କରୋନା ପଜିଟିଭ୍‌ ଥିବା ନମୂନା ଗୁଡ଼ିକର ଜିନୋମ ସିକ୍ବେନ୍ସିଂ ପାଇଁ ଲୋକନାୟକ ହସ୍ପିଟାଲ୍‌କୁ ପଠାଇବାପାଇଁ ସମସ୍ତ ସ୍ବାସ୍ଥ୍ୟ ଅନୁଷ୍ଠାନକୁ ନିର୍ଦ୍ଦେଶ ଦିଆଯାଇଛି।   ଭେଣ୍ଟିଲେଟର, ବିଆଇ-ପିଏପି, ଅକ୍ସିଜେନ୍‌ କ‌ନସେନ୍‌ଟ୍ରେଟର୍‌ସ ଏବଂ ପିଏସ୍‌ଏକୁ କାର୍ଯ୍ୟକ୍ଷମ ସ୍ଥିତିରେ ରଖିବାପାଇଁ ପରାମର୍ଶାବଳିରେ କୁହାଯାଇଛି।  

Advertisment

ଉଲ୍ଲେଖଯୋଗ୍ୟ, ଦେଶର ବିଭିନ୍ନ ଅଂଶରୁ  ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଦେଶରେ ବୁଧବାର ସୁଦ୍ଧା ମୋଟ୍‌ ୨୫୭ ମାମଲା ଚିହ୍ନଟ ହୋଇଥିଲା ଏବଂ ଏଥି ମଧ୍ୟରୁ କେରଳରେ କେବଳ ୯୫ ସକ୍ରିୟ ମାମଲା ରହିଛି।  ମହାରାଷ୍ଟ୍ରରେ ୫୬, ତାମିଲନାଡ଼ୁରେ ୬୬ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଶୁକ୍ରବାର ହରିୟାଣାରେ ୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି।