ସଂକ୍ରମଣ ହ୍ରାସ ହେବା ପରେ କରୋନା କଟକଣା କୋହଳ କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ କରୋନା ସଂକ୍ରମଣ କମ ହେବାରେ ଲାଗିଛି। କିଛି ଦିନ ଧରି ସଂକ୍ରମଣ କମ ରହୁଥିବାରୁ ଏବେ ଦିଲ୍ଲୀ ସରକାର କରୋନା କଟକଣା କୋହଳ କରିଛନ୍ତି। ଦିଲ୍ଲୀ ସରକାର କରୋନା ସଂକ୍ରମଣର ସ୍ଥିତିରେ ସୁଧାର ଆସିଥିବାରୁ ସମସ୍ତ କରୋନା ପ୍ରତିବନ୍ଧକକୁ ହଟାଇଛନ୍ତି। ହେଲେ ଲୋକଙ୍କୁ ଫେସ୍ ମାସ୍କ ଏବଂ କୋଭିଡର ଉପଯୁକ୍ତ ଆଚରଣ ଅନୁସରଣ କରିବାକୁ କହିଛନ୍ତି ସରକାର। ଆଜି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏହି ନିଷ୍ପତ୍ତି ନିଆଯାଇଛି।

ନୂଆ ନିଷ୍ପତ୍ତି ଅନୁଯାୟୀ,

୧. ସୋମବାରଠାରୁ ସମସ୍ତ ପ୍ରତିବନ୍ଧକ ହଟାଯିବ।
୨. ଏପ୍ରିଲ ୨ ତାରିଖରୁ ବିଦ୍ୟାଳୟ ସମ୍ପୂର୍ଣ୍ଣ ଭାବେ ଖୋଲାଯିବ।
୩. ମାସ୍କ ନପିନ୍ଧିଲେ ଦେବାକୁ ହେବ ୫୦୦ଟଙ୍କା ଜରିମାନା।
୪. ସୋମବାରଠାରୁ ଦିଲ୍ଲୀରେ ନାଇଟ କର୍ଫ୍ୟୁ ସମେତ ସମସ୍ତ କରୋନା ପ୍ରତିବନ୍ଧକ ହଟାଇବାକୁ ନିଷ୍ପତ୍ତି।
୫. ବସ୍ ଏବଂ ମେଟ୍ରୋରେ ଛିଡା ହୋଇ ଯାତ୍ରା କରିବାକୁ ଅନୁମତି ଦିଆଯିବ।
୬. ଦିଲ୍ଲୀରେ ଦୋକାନ ଏବଂ ରେସ୍ତୋରାଁ ଖୋଲିବାର ସମୟ ସୀମ‌ା ମଧ୍ୟ ଶେଷ ହେବ।

ସମ୍ବନ୍ଧିତ ଖବର