ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ସ୍ତର ଉଦ୍ବେଗଜନକ ବୃଦ୍ଧି ମଧ୍ୟରେ ଆମ୍ ଆଦମୀ ପାର୍ଟି (ଆପ୍) ସରକାର ୫୦କ୍% କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
"ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଦିଲ୍ଲୀ ସରକାର ସରକାରୀ କାର୍ଯ୍ୟାଳୟରେ ଘରୁ କାର୍ଯ୍ୟ କରିବା ବା ୱାର୍କ ଫ୍ରମ୍ ହୋମ୍କୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୫୦ ପ୍ରତିଶତ କର୍ମଚାରୀ ଘରୁ କାମ କଲେ କିଛି ମାତ୍ରାରେ ପ୍ରଦୂଷଣକୁ ରୋକାଯାଇପାରେ। ଏହାର କାର୍ଯ୍ୟକାରିତା ପାଇଁ ଆଜି ଅପରାହ୍ନ ୧ଟାରେ ସଚିବାଳୟରେ ଅଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହେବ।" ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏନେଇ ହିନ୍ଦୀରେ ଏକ ଟ୍ୱିଟ କରିଛନ୍ତି।
ବୁଧବାର ସକାଳେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ପାଖାପାଖ ୫୦୦ ଛୁଇଁଛି। ବାୟୁ ପ୍ରଦୂଷଣ ମଧ୍ୟରେ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକ୍ସେନା ମଙ୍ଗଳବାର ଦିନ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏହି ନିର୍ଦେଶ ଦେଇଛନ୍ତି।
ଦିଲ୍ଲୀ ସରକାରଙ୍କ ଅଧୀନରେ ଥିବା ସମସ୍ତ କାର୍ଯ୍ୟାଳୟ ଏବଂ ମ୍ୟୁନିସିପାଲିଟି କର୍ପୋରେସନ୍ ଅଫ୍ ଦିଲ୍ଲୀ (ଏମ୍ସିଡି) ସଂଶୋଧିତ କାର୍ଯ୍ୟସୂଚୀ ଅନୁସରଣ କରିବେ।
ମଙ୍ଗଳବାର ଦିନ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କେନ୍ଦ୍ରକୁ ଚିଠି ଲେଖି ସହରରେ କୃତ୍ରିମ ବର୍ଷା ପାଇଁ ଅନୁମତି ମାଗିଛନ୍ତି। ଆଇଆଇଟି କାନପୁର ଏବଂ କେନ୍ଦ୍ର ସରକାରୀ ଏଜେନ୍ସିର ବିଶେଷଜ୍ଞଙ୍କ ସହ ଏକ ବୈଠକ କରିବାକୁ ସେ କେନ୍ଦ୍ରକୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/11/20/mByJ8zPfv9mkEYGHf04p.jpg)