ବିବାହ ଭୋଜି ପାଇଁ ଅତିଥିସଂଖ୍ୟା ଉପରେ କଟକଣା ଜାରି କରିବାକୁ ଯୋଜନା କରୁଛନ୍ତି ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ବୁଧବାର ଦିନ ଦିଲ୍ଲୀର ନଗର ଉନ୍ନୟନ ମନ୍ତ୍ରୀ ସତ୍ୟେନ୍ଦର୍‌ ଜୈନ୍‌ କହିଛନ୍ତି ଯେ ଜାତୀୟ ରାଜଧାନୀ ସୀମା ଅଞ୍ଚଳଗୁଡ଼ିକରେ ଟ୍ରାଫିକ୍‌ ଗହଳି ହ୍ରାସ କରିବା ପାଇଁ ସାମାଜିକ ଉତ୍ସବଗୁଡ଼ିକରେ ଅତିଥିସଂଖ୍ୟା ଉପରେ କଟକଣା ଲାଗୁ କରିବାକୁ ସରକାର ଡ୍ରାଫ୍‌ଟ୍‌ ପଲିସି ଚୂଡ଼ାନ୍ତ କରିଛନ୍ତି। କିନ୍ତୁ ଏହି ଗାଇଡ୍‌ଲାଇନ୍‌ ସହରର ସମସ୍ତ ଭୋଜିସଭା ଗୃହ ଓ ବିବାହ ମଣ୍ଡପ ପ୍ରତି ଲାଗୁ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Image Source: Times of India

ଜୈନ୍‌ କହିଛନ୍ତି: ଚୂଡ଼ାନ୍ତ ଡ୍ରାଫ୍‌ଟ୍‌ ପ୍ରସ୍ତୁତ ହୋଇ ସାରିଛି। ମୁଖ୍ୟତଃ ଦିଲ୍ଲୀ ବାହାରେ ଅବସ୍ଥିତ ଫାର୍ମହାଉସ୍‌, ମୋଟେଲ୍‌ ଏବଂ ଲୋ ଡେନ୍‌ସିଟି ରେସିଡେନ୍‌ସିଆଲ୍‌ ଏରିଆଜ୍‌ଗୁଡ଼ିକ ପ୍ରତି କେବଳ ଏହି ନିୟମ ଲାଗୁ ହେବ। ଉତ୍ସବସ୍ଥଳର ପାର୍କିଙ୍ଗ୍‌ ସ୍ପେସ୍‌କୁ ଚାହିଁ ଅତିଥିମାନଙ୍କ ସଂଖ୍ୟା ନିର୍ଦ୍ଧାରଣ କରାଯିବା ହେଉଛି ଏହି ନିୟମର ଗୁରୁତ୍ୱପୂର୍ଣ୍ଣ କଥା। ସାମାଜିକ ଉତ୍ସବ ସ୍ଥାନ ଏବଂ ରାସ୍ତା କଡ଼ରେ ବେଆଇନ୍‌ ଭାବେ ଗାଡ଼ି ପାର୍କିଙ୍ଗ୍‌ ଯୋଗୁଁ ଉପୁଜୁଥିବା ଟ୍ରାଫିକ୍‌ ସମସ୍ୟା ଏହା ଦ୍ୱାରା ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ସମୀକ୍ଷା ବୈଠକ କରିବା ପରେ ଏହି ଡ୍ରାଫ୍‌ଟ୍‌ ଚୂଡ଼ାନ୍ତ ହୋଇଥିଲା।

ସମ୍ବନ୍ଧିତ ଖବର