ସଦିଦ ଯବାନଙ୍କୁ ୧ କୋଟି ଓ ସଂପର୍କୀୟଙ୍କୁ ଚାକିରି ଦେବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାବିନେଟ୍‌ ମଙ୍ଗଳବାର ଜାତୀୟ ରାଜଧାନୀ ଅଞ୍ଚଳରେ ସହିଦ ପରିବାରକୁ ୧ କୋଟି ଅନୁକମ୍ପା ପ୍ରଦାନ କରିବା ଯୋଜନାକୁ ୨ୟ ଥର ମଞ୍ଜୁରୀ ଦେଇଛି। ଏହି ଯୋଜନା ଅନୁସାରେ ସହିଦ ପରିବାରର ଜଣେ ସଦସ୍ୟଙ୍କୁୁ ଚାକିରି ଦିଆଯିବ। ଯଦି କେନ୍ଦ୍ର ସରାକର ଏହି ସହିଦ ପରିବାରଙ୍କ ପାଇଁ କିଛି କରିବାକୁ ସମର୍ଥ ହେବେ ନାହିଁ, ସେ ଭଳି କ୍ଷେତ୍ରରେ ଦିଲ୍ଲୀ ସରକାର ପଦକ୍ଷେପ ନେବେ। ଯୋଜନାରେ ସଶସ୍ତ୍ର ବଳ, ଦିଲ୍ଲୀ ପୁଲିସ, ଅର୍ଦ୍ଧ ସୈନିକ ବଳ, ଅଗ୍ନି ସେବା, ହୋମଗାର୍ଡ ଓ ଜିଲ୍ଲା ବିପର୍ଯ୍ୟୟ ବଳ କର୍ମଚାରୀ ସମେତ ସଶସ୍ତ୍ର ବଳର ସମସ୍ତ ୩ ସେବାର ଦିଲ୍ଲୀସ୍ଥିତ ସୁରକ୍ଷାକର୍ମୀ ସାମିଲ ଅଛନ୍ତି। ଏହା ସହିତ ଯୋଜନାରେ ଯୁଦ୍ଧ-ଦିବ୍ୟାଙ୍ଗ, ଯୁଦ୍ଧ କଏଦି ଓ ଯୁଦ୍ଧରେ ନିଖୋଜ ଲୋକଙ୍କୁ ମଧ୍ୟ ସାମିଲ କରାଯାଇଛି।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି, ସୁରକ୍ଷା ବଳଙ୍କ ସମ୍ମାନକୁ ଦୃଷ୍ଟିରେ ରଖି କ୍ୟାବିନେଟ ସହିଦଙ୍କ ନିକଟବର୍ତ୍ତୀଙ୍କୁ ଏକ କୋଟି ଟଙ୍କା ଅନୁକମ୍ପା ମଞ୍ଜୁରୀ ଦେଇଛି। ଏହି ଯୋଜନା ୨୦୧୫ ଏପ୍ରିଲରେ ଆରମ୍ଭ କରାଯାଇଥିଲା ଓ ସେହି ସମୟରେ ଲେଫ୍ଟନାନ୍ଟ ଗଭର୍ଣ୍ଣର ନଜୀବ ଜଙ୍ଗ ଏହାକୁ ଅଟକାଇ ଦେଇଥିଲେ।

ସମ୍ବନ୍ଧିତ ଖବର