ଏଣିକି ୨୫ରୁ କମ୍‌ ବୟସର ବ୍ୟକ୍ତିଙ୍କୁ ମଦ ଦେଲେ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଧ ହେବା ସହିତ ଜରିମାନା ଦେବାକୁ ପଡ଼ିବ

ନୂଆଦିଲ୍ଲୀ: ମଦ ବିକ୍ରିକୁ ନେଇ ଦିଲ୍ଲୀ ସରକାର ସମସ୍ତ ମଦ ବିକ୍ରେତା, ହୋଟେଲ, କ୍ଲବ୍‌, ବାର୍‌ ଓ ପବ୍‌କୁ ଚେତାବନୀ ଦେଇଛନ୍ତି। ଦିଲ୍ଲୀ ଅବକାରୀ ନିୟମ ମୁତାବକ, ରାଜଧାନୀରେ ୨୫ବର୍ଷରୁ କମ୍‌ ବୟସର ବ୍ୟକ୍ତିଙ୍କୁ ମଦ ଦେବା ଏକ ଅପରାଧ। ତେଣୁ ୨୫ବର୍ଷରୁ କମ୍‌ ବୟସର ବ୍ୟକ୍ତିଙ୍କୁ ବିକ୍ରୋତ ମଦ ଦେଇ ପାରିବେ ନାହିଁ। ଏହି ନିୟମକୁ ଉଲଘଂନ୍ନ କରିଥିବା ମଦ ବିକ୍ରେତା, ହୋଟେଲ, କ୍ଲବ୍‌, ବାର୍‌ ଓ ପବ୍‌ ଆଦିଙ୍କ ଲାଇସେନ୍ସ ରଦ୍ଧ କରି ଦିଆଯିବା ସହିତ କଡ଼ା କାର୍ଯ୍ୟାାନୁଷ୍ଠାନ ଗ୍ରହଣ କରାଯିିବ ଏବଂ ଜରିମାନା ମଧ୍ୟ ଦେବାକୁ ପଡ଼ିବ।

ଜଣେ ସରକାରୀ ଅଧିକାରୀଙ୍କ କହିବାନୁସାରେ, ଗ୍ରାହକଙ୍କ ବୟସ ସମ୍ପର୍କରେ ସହରର କ୍ଲବ୍‌, ବାର, ପବ୍‌ ଓ ମଦ ବିକ୍ରେତାଙ୍କୁ କୌଣସି ପ୍ରକାରେ ସନ୍ଦେହ ହୁଏ, ତେବେ ସେମାନେ ଗ୍ରାହକଙ୍କୁ ବୟସର ପ୍ରମାଣ ପତ୍ର ଦେଖାଇବା ପାଇଁ ବି କହି ପାରିବେ।

ଦିଲ୍ଲୀ ଅବକାରୀ ନିୟମ ୨୦୦୯ର ଧାରା ୨୩ ଆଧାରରେ କୌଣସି ବ୍ୟକ୍ତି କିମ୍ବା ଲାଇସେନ୍ସ ପ୍ରାପ୍ତ ବିକ୍ରେତା ତଥା ତାଙ୍କର କର୍ମଚାରୀ ଏବଂ ଏଜେଣ୍ଟ ୨୫ବର୍ଷରୁ କମ୍‌ ବର୍ଷର ବ୍ୟକ୍ତିଙ୍କୁ ମଦ ବିକ୍ରି କରି ପାରିବେ ନାହିଁ। ଏହାକୁ ଗମ୍ଭୀର ଅପରାଧ ବୋଲି ଧରାଯାଇଥାଏ।

ସମ୍ବନ୍ଧିତ ଖବର