ନୂଆଦିଲ୍ଲୀ : ଅବକାରୀ ନୀତି ୨୦୨୧-୨୨ କାର୍ଯ୍ୟକାରୀ ହେବାରେ ସାଂଘାତିକ ତ୍ରୁଟି ହୋଇଛି। ଏହି ତ୍ରୁଟି ପାଇଁ ଦିଲ୍ଲୀ ଉପରାଜ୍ୟପାଳ ଭି କେ ସାକ୍ସେନା ୧୧ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ତତ୍କାଳୀନ ଦିଲ୍ଲୀ ଅବକାରୀ କମିସନର ଆରବ ଗୋପି କ୍ରୀଷ୍ଣ ଏବଂ ଉପ ଅବକାରୀ କମିସନର ଆନନ୍ଦ କୁମାର ତିୱାରୀଙ୍କ ସମେତ ୧୧ ଜଣ ନିଲମ୍ବନ ହୋଇଛନ୍ତି। ଅବକାରୀ ନୀତି କାର୍ଯ୍ୟକାରୀ କରିବାରେ ଉକ୍ତ ଅଧିକାରୀମାନେ ଅତି ସାଂଘାତିକ ତ୍ରୁଟି କରିବାରୁ ଦିଲ୍ଲୀ ଉପରାଜ୍ୟପାଳ ସେମାନଙ୍କୁ ନିଲମ୍ବନ କରିଛନ୍ତି। ଡିଏଭି (ଡାଇରେକ୍ଟୋରେଟ ଅଫ ଭିଜିଲାନ୍ସ)ର ଏନକ୍ବାରି ରିପୋର୍ଟ ଆଧାରରେ ସାକ୍ସେନାଙ୍କ ଦ୍ବାରା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଦିଲ୍ଲୀ ଏଲ୍ଜି ଏହି ମାମଲାରେ ପୂର୍ବରୁ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୧ ନଭେମ୍ବର ୧୭ରେ କାର୍ଯ୍ୟକାରୀ ହୋଇଥିବା ଏହି ନୀତି ଆଧାରରେ ଘରୋଇ ଫାର୍ମଗୁଡ଼ିକୁ ୮୪୯ ଲିକର ବିକ୍ରି ପାଇଁ ରିଟେଲ ଲାଇସେନ୍ସ ମିଳିଥିଲା। ଏହି ନୀତିକୁ ଏବେ ଆପ୍ ସରକାର ପ୍ରତ୍ୟାହାର କରିନେଇଛନ୍ତି। ଅନ୍ୟପକ୍ଷରେ ଅବକାରୀ ନୀତିରେ ବିଭ୍ରାଟ ପାଇଁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ପୂର୍ବ ଏଲ୍ଜିଙ୍କ ନିଷ୍ପତ୍ତିକୁ ଦାୟୀ କରିଛନ୍ତି।
ଅବକାରୀ ନୀତିରେ ତ୍ରୁଟି: ୧୧ ଅଧିକାରୀଙ୍କୁ ନିଲମ୍ବନ କଲେ ଦିଲ୍ଲୀ ଉପରାଜ୍ୟପାଳ
/sambad/media/post_attachments/wp-content/uploads/2022/08/hsfhsh54sf6h54sf65h4sf65fhfhfhhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)