ଦିଲ୍ଲୀ ହିଂସା: ସଂପୂର୍ଣ୍ଣ ଭାବେ ଘର ପୋଡ଼ି ଯାଇଥିବା ଲୋକଙ୍କ ପାଇଁ ଖୋଲିଲା ୯ଟି ଆଶ୍ରୟସ୍ଥଳ, ପୀଡ଼ିତଙ୍କୁ ଦିଆଯିବ ୨୫,୦୦୦ଟଙ୍କା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ଗତ ୪ଦିନ ଧରି ଲାଗି ରହିଥିବା ହିଂସାରେ ଯେଉଁ ଲୋକଙ୍କ ଘର ସଂପୂର୍ଣ୍ଣ ଭାବେ ପୋଡ଼ି ଯାଇଛି, ସେମାନଙ୍କ ରହିବା ପାଇଁ ୯ଟି ଆଶ୍ରୟସ୍ଥଳର ବ୍ୟବସ୍ଥା କରାଯାଇଛି। ଏହା ସହ ରହିବା ଏବଂ ଖାଇବା ପାଇଁ ଟଙ୍କା ନଥିବାରୁ ସେମାନଙ୍କୁ କେଜ୍ରିୱାଲ ସରକାର ୨୫ହଜାର ଟଙ୍କା ଲେଖାଏଁ ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି। ଶନିବାର ମଧ୍ୟାହ୍ନଠାରୁ ଟଙ୍କା ଦିଆଯିବା କାମ ଆରମ୍ଭ ହେବ।

ଅରବିନ୍ଦ କେଜ୍ରିୱାଲଙ୍କ କହିବା ମୁତାବକ, ହିଂସା ପୀଡ଼ିତଙ୍କ ସହାୟତା ପାଇଁ ଆମେ ସେମାନଙ୍କ ପାଖକୁ ଖାଦ୍ୟ ପ୍ରସ୍ତୁତ କରି ପହଞ୍ଚାଉଛୁ। ଆଜିଠାରୁ ବଡ଼ ଆକାରରେ ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଯଦି କୌଣସି ସାଧାରଣ ଲୋକ ପୀଡ଼ିତଙ୍କୁ ସାହାଯ୍ୟ କରିବାକୁ ଚାହୁଛନ୍ତି, ତେବେ ସେ ଉତ୍ତର-ପୂର୍ବ ଦିଲ୍ଲୀର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ସଂପର୍କ କରି ପାରିବେ।

दिल्ली के सीएम अरविंद केजरीवाल (फाइल फोटो)
aajtak.intoday.in

ଏହା ସହ ସେ କହିଛନ୍ତି, ହିଂସାର ଶିକାର ହୋଇଥିବା ଲୋକଙ୍କର ଏବେ ଚିକିତ୍ସା ଚାଲୁ ରହିଛି। କିଛି ଲୋକ ଗମ୍ଭୀର ଥିବାର ମଧ୍ୟ ଖବର ମିଳିଛି। ଯଦି ଦରକାର ପଡ଼େ ତେବେ ସରକାର ନିଜ ଖର୍ଚ୍ଚରେ ଘରୋଇ ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା କରାଇବେ।

ସମ୍ବନ୍ଧିତ ଖବର