ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜଧାନୀରେ କରୋନା ଭୂତାଣୁ ସଙ୍କଟ ମଧ୍ୟରେ କେଜ୍ରିୱାଲ ସରକାର ଡିଜେଲର ମୂଲ୍ୟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ ଡିଜେଲ ଉପରେ କେବଳ ୧୬ପ୍ରତିଶତ ଭାଟ୍ ଲାଗୁ ହେବ। କେଜ୍ରିୱାଲ ସରକାରଙ୍କ ଏହି ଛାଡ଼ ସହିତ ବର୍ତ୍ତମାନ ଦିଲ୍ଲୀରେ ଡିଜେଲର ମୂଲ୍ୟ ୮.୩୬ ଟଙ୍କା ହ୍ରାସ ପାଇବ।
hindustantimesଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦିଲ୍ଲୀରେ ଡିଜେଲ ଲିଟର ପିଛା ୮୨ଟଙ୍କାରେ ବିକ୍ରି ହେଉଛି, ବର୍ତ୍ତମାନ ଏହା ୩୦ପ୍ରତିଶତରୁ ୧୬ ପ୍ରତିଶତ ଭ୍ୟାଟକୁ ହ୍ରାସ କରାଯାଇଛି। ଏହା ସହିତ ବର୍ତ୍ତମାନ ଡିଜେଲର ମୂଲ୍ୟ ୮ ଟଙ୍କା ହ୍ରାସ ପାଇବ। ୮ଟଙ୍କା ୩୬ ପଇସା ହ୍ରାସ ହେବା ପରେ ଏବେ ଦିଲ୍ଲୀରେ ଡିଜେଲ ଲିଟର ପିଛା ୭୩.୬୪ ଟଙ୍କାରେ ବିକ୍ରି ହେବ। ରାଜ୍ୟର ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ କ୍ୟାବିନେଟ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ବର୍ତ୍ତମାନ ଲୋକମାନେ ଦିଲ୍ଲୀରେ କାମ କରିବାକୁ ଫେରୁଛନ୍ତି, ପରିବେଶରେ ଉନ୍ନତି ଆସୁଛି ଏବଂ କରୋନା ମାମଲା ମଧ୍ୟ ହ୍ରାସ ପାଉଛି। ଏହାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/t-242.jpg)