ନୂଆଦିଲ୍ଲୀ: ରାଜ୍ୟ ପୁଲିସ ବାହିନୀ ଉପରେ ଦିଲ୍ଲୀ ସରକାରଙ୍କର କୌଣସି କ୍ଷମତା ନାହିଁ। ତେଣୁ କୌଣସି ଅପରାଧିକ ମାମଲାର ଅନୁସନ୍ଧାନ ପାଇଁ ସରକାର କୌଣସି ତଦନ୍ତକାରୀ ସଂସ୍ଥା ଗଠନ କରିପାରିବେ ନାହିଁ। ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ରାୟ ପ୍ରକାଶ ପାଇବାର ଦିନକ ପରେ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟ୍ଲୀ ନିଜର ଏକ ବ୍ଲଗ୍ ପୋଷ୍ଟରେ ଏଭଳି କହିଛନ୍ତି। ତାଙ୍କ କହିବାନୁଯାୟୀ ଅଧିକାରୀମାନଙ୍କର ବଦଳି ଓ ନିଯୁକ୍ତି ନେଇ ଦିଲ୍ଲୀ ସରକାର ଏକାଚାଟିଆ ଭାବେ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ। ଏଥିପାଇଁ କେନ୍ଦ୍ର ସରକାରଙ୍କର କ୍ଷମତା ରହିବ। ପୂର୍ବରୁ ଯେଉଁଭଳି ଭାବେ ଚାଲୁଥିଲା ତାହା ଜାରି ରହିବ। ଏହାଛଡ଼ା ଦିଲ୍ଲୀ କୌଣସିମତେ ଅନ୍ୟ ରାଜ୍ୟ ସହ ସମାନ ହୋଇପାରିବ ନାହିଁ ବୋଲି ସୁପ୍ରିମ୍କୋର୍ଟ ସ୍ପଷ୍ଟ କରିଛନ୍ତି। ସେହି ଦୃଷ୍ଟିରୁ ପ୍ରଶାସନିକ ପ୍ରସଙ୍ଗରେ ଦିଲ୍ଲୀ ସରକାର ମନମୁଖି ଭାବେ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ଜେଟ୍ଲୀ କହିଛନ୍ତି।
ତଦନ୍ତକାରୀ ସଂସ୍ଥା ଗଢ଼ିପାରିବେ ନାହିଁ ଦିଲ୍ଲୀ ସରକାର
/sambad/media/post_attachments/wp-content/uploads/2018/07/25THJAITLEY.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)