କ୍ବାରେଣ୍ଟିନ୍, ହସ୍ପିଟାଲ୍ ବେଡ୍ ବିଷୟରେ କେନ୍ଦ୍ରର ପ୍ରସ୍ତାବ ଉପରେ ଦିଲ୍ଲୀ ସରକାରଙ୍କ ଆପତ୍ତି, ଡିଡିଏମ୍‌ଏ ବୈଠକ ବିଫଳ

ନୂଆଦିଲ୍ଲୀ: କ୍ବାରେଣ୍ଟିନ୍ ଏବଂ ହସ୍ପିଟାଲ୍ ବେଡ୍ ବିଷୟରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଉପରେ ଦିଲ୍ଲୀ ସରକାର ଆପତ୍ତି ଉଠାଇବା ସହ ଏ ସଂକ୍ରାନ୍ତରେ ଆଜି ଅନୁଷ୍ଠିତ ‘ଦିଲ୍ଲୀ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ’ଙ୍କ ସହ ବୈଠକରେ ମଧ୍ୟ କିଛି ନିଷ୍ପତ୍ତି ନିଆଯାଇ ପାରି ନାହିଁ। ସନ୍ଧ୍ୟା ୫ଟା ବେଳେ ପୁଣି ଥରେ ବୈଠକ ଆରମ୍ଭ ହେବ।

କୋଭିଡ୍-୧୯ ରୋଗୀଙ୍କ ପାଇଁ ୫ଦିନିଆ ସରକାରୀ କ୍ବାରେଣ୍ଟିନ୍‌ ପାଇଁ ଲେ‌ଫ୍ଟନାଣ୍ଟ୍ ଗଭର୍ଣ୍ଣର୍ ଅନୀଲ ବୈଜାଲ୍ ଜାରି କରିଥିବା ଆଦେଶକୁ କେଜ୍ରିୱାଲ୍ ସରକାର ବିରୋଧର କରୁଛନ୍ତି। ଦିଲ୍ଲୀ ‌କ୍ଷେତ୍ରରେ କାହିଁକି ଭିନ୍ନ ନିମୟ ପ୍ରଣୟଣ କରାଗଲା ବୋଲି ସେମାନେ ପଚାରିଛନ୍ତି।

Image Courtesy of Hindustan Times

ଡିଡିଏମ୍‌ଏ ବୈଠକରେ କେଜ୍ରିୱାଲ୍ କହିଲେ, ସମଗ୍ର ଦେଶରେ ଲକ୍ଷଣହୀନ ଏବଂ ସାମାନ୍ୟ ଲକ୍ଷଣଯୁକ୍ତ ବ୍ୟକ୍ତିଙ୍କୁ ହୋମ୍ ଆଇସୋଲେସନ୍‌ରେ ରହିବାକୁ ‘ଆଇସିଏମ୍ଆର୍’ ଅନୁମତି ଦେଇଛି। ଯଦି ହୋମ୍ ଆଇସୋଲେସନ୍‌ ରଦ୍ଦ କରାଯାଏ ତେବେ, ‌ଜୁନ୍ ଶେଷ ସୁଦ୍ଧା ସହରରେ ୧ ଲକ୍ଷ ବେଡ୍ ଆବଶ୍ୟକ ହେବ।

କେତେଗୁଡ଼ିଏ ଟୁଇଟ୍ କରି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଲେଖିଛନ୍ତି ଯେ, ଲେ‌ଫ୍ଟନାଣ୍ଟ୍ ଗଭର୍ଣ୍ଣର୍‌ଙ୍କ ଆଦେଶ ଏବଂ ଘରୋଇ ହସ୍‌ପିଟାଲ୍‌ର ବେଡ୍ ମୂଲ୍ୟ ସମ୍ବନ୍ଧରେ କୌଣସି ନିର୍ଣ୍ଣାୟକ ନିଷ୍ପତ୍ତି ହୋଇପାରି ନାହିଁ। ପୁଣି ସନ୍ଧ୍ୟା ୫ଟା ବେଳେ ବୈଠକ ବସିବ।

ସମ୍ବନ୍ଧିତ ଖବର