ଇଲେକ୍ଟ୍ରିକ ଗାଡି ପାଇଁ ସପିଙ୍ଗ ମଲ ସହ ସିନେମା ହଲରେ ୫ ପ୍ରତିଶତ ପାର୍କିଙ୍ଗ ସ୍ଥାନ ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ବୈଦ୍ୟୁତିକ ଯାନକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ଶକ୍ତି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସତ୍ୟେନ୍ଦ୍ର ଜୈନ ଦିଲ୍ଲୀର ସପିଙ୍ଗ ମଲ୍, ସପିଙ୍ଗ କମ୍ପ୍ଲେକ୍ସ, ସିନେମା ହଲ୍, ଅଫିସ୍, ହୋଟେଲ ମାଲିକ ଯେଉଁମାନଙ୍କରେ ୧୦୦ ରୁ ଅଧିକ ଗାଡି ପାର୍କିଂ କ୍ଷମତା ରହିଛି ସେଠାରେ ୫ ପ୍ରତିଶତ ପାର୍କିଂ ଇଲେକ୍ଟ୍ରିକ ଗାଡି ପାଇଁ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥାତ ଯେଉଁ ସ୍ଥାନରେ ୧୦୦ରୁ ଅଧିକ ଗାଡି ରହିପାରିବ ସେଠାରେ ଆଗୁଆ ୫ ପ୍ରତିଶତ ସ୍ଥାନ ଇଲେକ୍ଟ୍ରିକ ଗାଡି ପାଇଁ ସଂରକ୍ଷିତ ରଖାଯିବ | ଏହି ୫ ପ୍ରତିଶତ ସ୍ଥାନରେ ଇଲେକ୍ଟ୍ରିକ୍ ଯାନ ପାଇଁ ଚାର୍ଜିଂ ବ୍ୟବସ୍ଥା କରାଯିବ |

ସୂଚନା ଥାଉ କି ଯେ ଦିଲ୍ଲୀର ଇଲେକ୍ଟ୍ରିକ୍ ଗାଡି ଚାର୍ଜିଂ ଷ୍ଟେସନରେ ୨୦ ପ୍ରତିଶତ ମନ୍ଥର ଚାର୍ଜର ଏବଂ ଅତି କମରେ ୧୦ ପ୍ରତିଶତ ଫାଷ୍ଟ ଚାର୍ଜର ରହିବ। ଆଉ ରାଜ୍ୟ ସରକାର ଦେଶରେ ସର୍ବସାଧାରଣ ଇଭି ଚାର୍ଜିଂ ଷ୍ଟେସନ୍ ପାଇଁ ସବୁଠାରୁ ବଡ ଟେଣ୍ଡର ମଧ୍ୟ ଜାରି କରିଛନ୍ତି। ଏଥିପାଇଁ କମ୍ପାନୀଗୁଡିକ ମାର୍ଚ୍ଚ ୧୭ ସୁଦ୍ଧା ଆବେଦନ କରିପାରିବେ।

ଏହି ଯୋଜନା ଅଧୀନରେ ବର୍ତ୍ତମାନ ଦିଲ୍ଲୀରେ ମୋଟ ୧୦୦ ଟି ସାର୍ବଜନୀନ ଚାର୍ଜିଂ ଷ୍ଟେସନ୍ ପ୍ରତିଷ୍ଠା କରାଯିବ। ତେବେ ଏହି ଚାର୍ଜିଂ ଷ୍ଟେସନ ପାଇଁ ବିଦ୍ୟୁତ୍ ଭିତ୍ତିଭୂମି ଖର୍ଚ୍ଚ ସରକାର ବହନ କରିବେ। ସୂଚନା ଥାଉ କି କିଛି ମାସ ତଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ‘ସୁଇଚ୍ ଦିଲ୍ଲୀ’ ଅଭିଯାନ ଆରମ୍ଭ କରିଥିଲେ | ‘ସୁଇଚ୍ ଦିଲ୍ଲୀ’ ଅଭିଯାନରେ ବୈଦ୍ୟୁତିକ ଯାନ ନୀତି ଅନୁଯାୟୀ ଦିଲ୍ଲୀ ସରକାର ବୈଦ୍ୟୁତିକ ଦୁଇ ଚକିଆ ଏବଂ ଚାରି ଚକିଆ ଗାଡି କ୍ରୟ ଉପରେ ବ୍ୟାପକ ସବସିଡି ଯୋଜନା କରିଥିଲେ | ଏହା ବ୍ୟତୀତ ସଡକ ଟ୍ୟାକ୍ସ ଏବଂ ପଞ୍ଜୀକରଣ ଶୁଳ୍କ ମଧ୍ୟ ଛାଡ କରିବାକୁ ଘୋଷଣା କରିଥିଲେ |

ସମ୍ବନ୍ଧିତ ଖବର