ସତ୍ୟେନ୍ଦ୍ର ଜୈନ କରୋନା ଆକ୍ରାନ୍ତ ହେବା ପରେ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟଭାର ସମ୍ଭାଳିଲେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ

ଅତିରିକ୍ତ ଶଯ୍ୟା ପାଇଁ ବ୍ୟବହାର କରାଯିବ ୨୪୨ଟି ବିଦ୍ୟାଳୟର ଅଡିଟୋରିୟମ୍

ନୂଆଦିଲ୍ଲୀ: ବୁଧବାର ଠାରୁ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟଭାର ସମ୍ଭାଳିଛନ୍ତି | ଗତକାଲି କରୋନାଭାଇରସ୍ ସଂକ୍ରମଣରେ ଶିକାର ହୋଇ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଏହି ଦାୟିତ୍ୱଭାର ଦିଆଯାଇଛି । ଜାତୀୟ ରାଜଧାନୀରେ କରୋନାଭାଇରସ୍ ରୋକିବା ଏବଂ ଚିକିତ୍ସା ପାଇଁ ସିସୋଦିଆ ବର୍ତ୍ତମାନ ଦାୟୀ ରହିବେ।

ତେବେ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟଭାର ସମ୍ଭାଳିବା ପରେ, କୋଭିଡ-୧୯ ରୋଗୀଙ୍କ ଚିକିତ୍ସା କରିବାକୁ ଅତିରିକ୍ତ ଶଯ୍ୟା ସ୍ଥାପନ ପାଇଁ ୨୪୦ରୁ ଅଧିକ ବିଦ୍ୟାଳୟରେ ଥିବା ଅଡିଟୋରିୟମ ବ୍ୟବହାର କରିବାକୁ ଯୋଜନା କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି।

ସିସୋଦିଆ କହିଛନ୍ତି ଯେ, ଜୁଲାଇ ଶେଷ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୮୦,୦୦୦ ହେବାକୁ ଥିବା ବେଳେ ଅତିରିକ୍ତ ଶଯ୍ୟା ଆବଶ୍ୟକତାକୁ ପୂରଣ କରିବା ପାଇଁ ଦିଲ୍ଲୀ ସରକାର ପ୍ରାୟ ୨୪୨ଟି ବିଦ୍ୟାଳୟରେ ଅଡିଟୋରିୟମ୍ ବ୍ୟବହାର କରିବାକୁ ଯୋଜନା କରୁଛନ୍ତି |

Image used for representation.
news18

ଏହା ସହ ସିସୋଦିଆ ବୁଧବାର ଦିନ ଶକୁର ବସ୍ତି ରେଳ ଷ୍ଟେସନରେ ଥିବା ୫୦ ଟି ଆଇସୋଲେସନ କୋଚ ଯାଞ୍ଚ କରି କହିଛନ୍ତି ଯେ, ସହରରେ କୋଭିଡ-୧୯ ରୋଗୀଙ୍କ ପାଇଁ ଶଯ୍ୟା ଉପଲବ୍ଧ କରାଇବାକୁ ଦିଲ୍ଲୀ ସରକାର ଚେଷ୍ଟା କରୁଛନ୍ତି। ଆମକୁ ଏପର୍ଯ୍ୟନ୍ତ ୮୦୦ ଶଯ୍ୟା ବିଶିଷ୍ଟ ୫୦ଟି କୋଚ୍ ଯୋଗାଇ ଦିଆଯାଇଛି। ମୁଁ ଏହି କୋଚଗୁଡିକୁ ଯାଞ୍ଚ କରିବାକୁ ଯାଇଥିଲି | ବର୍ତ୍ତମାନ ତାପମାତ୍ରା ବୃଦ୍ଧି ପାଉଥିବାରୁ ଆମର ଡାକ୍ତରୀ କର୍ମଚାରୀମାନଙ୍କୁ ଭାରି ପିପିଇ କିଟ ପିନ୍ଧି ଚିକିତ୍ସା କରିବାରେ ସମସ୍ୟା ଦେଖାଦେବ । ଭିତ୍ତିଭୂମିରେ ଉନ୍ନତି ଆଣିବା ଏବଂ ଏହାର ସମାଧାନ ପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରୁଛୁ ଯାହା ଦ୍ୱାରା ଆମେ ଏହି ଆଇସୋଲେସନ କେନ୍ଦ୍ରରେ ଡାକ୍ତରୀ କର୍ମଚାରୀ ନିୟୋଜିତ କରିବା ଏବଂ ରୋଗୀଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରିବା ଆରମ୍ଭ କରିପାରିବୁ।

ସମ୍ବନ୍ଧିତ ଖବର