ନୂଆଦିଲ୍ଲୀ: ଦିଲ୍ଲୀର ନଭେମ୍ବର ସଂକ୍ରମଣ କେବଳ ଭାରତ ପାଇଁ ଚିନ୍ତାଜନକ ନୁହେଁ ସମଗ୍ର ବିଶ୍ବରେ ଅନ୍ୟ କୌଣସି ସହରରେ ଏଭଳି ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳିନାହିଁ। ତଥ୍ୟ ଅନୁଯାୟୀ କେବଳ ଅଗଷ୍ଟରେ ବ୍ରାଜିଲ୍ର ସାଓପଲୋରେ ସର୍ବାଧିକ ସଂକ୍ରମଣ ଏବଂ ଏପ୍ରିଲରେ ନ୍ୟୁୟର୍କ ସଂକ୍ରମଣ ଅଧିକ ରହିଥିଲା। କିନ୍ତୁ ଦୁଇଟି ଯାକ ସହରରେ ସଂକ୍ରମଣ ମାମଲା ସେ ସମୟରେ ୫ ହଜାରରୁ ଅଧିକ ଥିଲା। କିନ୍ତୁ ଦିଲ୍ଲୀ ସଂକ୍ରମଣ ନଭେମ୍ବର ୯ରେ ୮,୫୯୩, ନଭେମ୍ବର ୧୦ରେ ୭,୮୩୦, ନଭେମ୍ବର ୧୩ ରେ ୭,୮୦୨ ଏବଂ ନଭେମ୍ବର ୮ରେ ୭,୭୪୫ ଥିଲା। ଆମେରିକାରେ କେବଳ ଟେକ୍ସାସ୍ର ହାରିସ୍ କାଉଣ୍ଟିରେ ସେପ୍ଟେମ୍ବର ୨୧ ତାରିଖରେ ୧୦ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଥିଲା।
ବ୍ରାଜିଲ୍ର ରିଓ ଡେ ଜାନେରିଓରେ ସଂକ୍ରମଣ ସଂଖ୍ୟା ଅଧିକ ଥିଲେ ମଧ୍ୟ ଦିଲ୍ଲୀ ପରି ଏହା ସେତେ ଚିନ୍ତାଜନକ ନଥିଲା। ଦିଲ୍ଲୀରେ ଏବେ ସପ୍ତାହେ ହେଲା ଦୈନିକ ହାରାହାରି ନୁଆ ମାମଲା ୭ ହଜାର ୩୪୧ ରହୁଛି। ଯାହା ନ୍ୟୁୟର୍କ (୫,୨୯୧) ଏବଂ ସାଓ ପଲୋ (୩,୨୧୭) ସଂକ୍ରମଣଠାରୁ ଯଥେଷ୍ଟ ଅଧିକ। କେବଳ ସଂକ୍ରମଣ ନୁହେଁ ଦିଲ୍ଲୀରେ କୋଭିଡ୍ ମୃତ୍ୟୁ ମଧ୍ୟ ଚିନ୍ତା ବଢ଼ାଇଛି। ଦେଶରେ କରୋନା ମୃତ୍ୟୁ କମିଥିବା ବେଳେ ଦିଲ୍ଲୀରେ କରୋନା ମୃତ୍ୟୁ ବଢ଼ୁଛି। ଅନ୍ୟପକ୍ଷେ ୟୁରୋପ୍
ଦିଲ୍ଲୀ ଯିବେ ସ୍ବତନ୍ତ୍ର ଡାକ୍ତରୀ ଦଳ
ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସ୍ଥିତି ଦିନକୁ ଦିନ ଅତି ଜଟିଳ ହେବାରେ ଲାଗିଛି। ସଂକ୍ରମଣ ଲଗାତାର ଭାବେ ବଢ଼ୁଥିବା ବେଳେ ହସ୍ପିଟାଲ୍ରେ ବେଡ୍ ଅଭାବ ମଧ୍ୟଦେଖାଦେଲାଣି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଦିଲ୍ଲୀ ପହଞ୍ଚିବେ। ଗୃହ ମନ୍ତ୍ରାଳୟ ପକ୍ଷରୁ ମିଳିଥବା ସୂଚନାନୁଯାୟୀ ଦେଶର ବିଭିନ୍ନ ଅଂଶରୁ ଅର୍ଦ୍ଧସାମରିକ ବଳର ପ୍ରାୟ ୭୫ ଡାକ୍ତର ଦିଲ୍ଲୀ ଯିବେ। ଆଇଟିବିପି, ଏସ୍ଏସ୍ବି, ସିଆରପିଏଫ୍ ଏବଂ ଅନ୍ୟ ଅର୍ଦ୍ଧସାମରିକ ବାହିନୀରୁ ୭୫ ଜଣ ଡାକ୍ତରଙ୍କ ସମେତ ୩୫୦ ସ୍ବାସ୍ଥ୍ୟକର୍ମୀ ବିଶିଷ୍ଟ ଏକ ସ୍ବତନ୍ତ୍ର ଟିମ୍ ଦିଲ୍ଲୀ ପହଞ୍ଚିବେ। ଆଇଟିବିପି ଦିଲ୍ଲୀକୁ ୧୫ ଡାକ୍ତର ଏବଂ ୭୦ ପାରାମେଡିକ୍ସ ପଠାଇବ ବୋଲି ଜଣାପଡ଼ିଛି।
ଦିଲ୍ଲୀରେ ସଂକ୍ରମଣର ତୃତୀୟ ଲହର ଶୀର୍ଷ ଅତିକ୍ରମ କରିଛି: ଜୈନ
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ବୈଠକ କରିବାର ଦିନକ ପରେ ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଆଜି କହିଛନ୍ତି, ଦିଲ୍ଲୀରେ ଲକ୍ଡାଉନ୍ ହେବନାହିଁ। ବର୍ତ୍ତମାନ ସ୍ଥିତିରେ ଏହା ଆଦୌ ଫଳପ୍ରଦ ପଦକ୍ଷେପ ନୁହେଁ। କେବଳ ମାସ୍କ ପିନ୍ଧିବା ହିଁ ଅଧିକ ଉପଯୋଗୀ ହେବ ବୋଲି ଜୈନ କହିଛନ୍ତି। ଦିଲ୍ଲୀରେ ସଂକ୍ରମଣର ତୃତୀୟ ଲହର ଏହାର ଶୀର୍ଷ ଅତିକ୍ରମ କରିସାରିଛି ବୋଲି ସେ କହିଛନ୍ତି। ଗତ ୩ ସପ୍ତାହ ଧରି ଦିଲ୍ଲୀରେ ସଂକ୍ରମଣ ବଢ଼ିବାରେ ଲାଗିଛି। ନଭେମ୍ବର ୧୧ରେ ସର୍ବାଧିକ ୮ ହଜାର ୫୯୩ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା। ଦୀପାବଳି ଦିନ ଦିଲ୍ଲୀରେ ୩,୨୩୫ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ ବିଶେଷଜ୍ଞମାନେ ଏହା ଚେତାବନୀ ଦେଇ କହିଛନ୍ତି, ଟେଷ୍ଟିଂ କମ୍ ଥିବାରୁ ସଂକ୍ରମଣ ସଂଖ୍ୟା କମ୍ ରହିଥିବ। ଦିଲ୍ଲୀରେ ପ୍ରଦୂଷଣ ଅଧିକ ଚିନ୍ତାଜନକ। ଦିଲ୍ଲୀ ଶୀତଦିନେ ଦିନକୁ ପ୍ରାୟ ୧୫ ହଜାର ମାମଲା ଦେଖିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/corona-aa.jpg)