ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବଙ୍କୁ ନିନ୍ଦିତ ଓ ବଦନାମ କରିବା ଲକ୍ଷ୍ୟରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଛଡ଼ା ଯାଇଥିବା ସମସ୍ତ ଭିଡିଓ ଓ ଅନ୍ୟ ପୋଷ୍ଟିଂସବୁକୁ ଅବିଳମ୍ବେ ନିଜ ନିଜ ସାଇଟ୍‌ରୁ ହଟାଇବା ସହ ଏହାକୁ ବ୍ଲକ୍‌ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ଆଜି ଫେସ୍‌ବୁକ୍‌, ଗୁଗୁଲ୍‌, ୟୁଟ୍ୟୁବ୍‌ ଓ ଟୁଇଟର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କେବଳ ଭାରତୀୟ ସୋସିଆଲ ମିଡିଆ ବ୍ୟବହାରୀଙ୍କ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱର ସମସ୍ତ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ଏହିସବୁ ଭିଡିଓ ଓ ଅନ୍ୟ ପୋଷ୍ଟିଂସବୁର ଲିଙ୍କ୍‌କୁ ବ୍ଲକ୍‌ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ।

Advertisment

publive-image

ଉଲ୍ଲେଖଯୋଗ୍ୟ, ‘ଗଡ୍‌ମ୍ୟାନ୍‌ ଫ୍ରମ୍‌ ଟାଇକୁନ୍‌’ ଶୀର୍ଷକ ଏକ ପୁସ୍ତକର କିଛି ପୃଷ୍ଠାର ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଛାଡ଼ାଯାଇ ଯୋଗଗୁରୁ ବାବା ରାମଦେବଙ୍କୁ ସାଧାରଣରେ ବଦନାମ ଓ ନିନ୍ଦିତ କରିବା ପାଇଁ ଅପଚେଷ୍ଟା କରା ଯାଉଥିଲା। ତେବେ, ଏହି ଘଟଣାକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟରେ ଆଗତ ହୋଇଥିବା ଏକ ମାମଲାର ବିଚାରକରି ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ପ୍ରତିଭା ଏମ୍‌ ସିଂହ ଏହି ରାୟ ଶୁଣାଇଛନ୍ତି।