ନୂଆଦିଲ୍ଲୀ : କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉତ୍ତେଜକ ଭାଷଣ ପାଇଁ ସେମାନଙ୍କ ବିରୋଧରେ ଏଫ୍ଆଇଆର ରୁଜୁ ନିମନ୍ତେ ଦିଲ୍ଲୀ ହାଇକୋର୍ଟରେ ଆବେଦନ ହୋଇଥିବା ବେଳେ ଆଜି ହାଇକୋର୍ଟ ଏନେଇ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ଜବାବ ମାଗିଛନ୍ତି। ଜଷ୍ଟିସ୍ ଡି ଏନ୍ ପଟେଲ ଏବଂ ଜଷ୍ଟିସ୍ ସି ହରି ଶଙ୍କରି ଆଜି କେନ୍ଦ୍ର ଗୃହ ବ୍ୟାପାର, ଦିଲ୍ଲୀ ସରକାର ଏବଂ ପୁଲିସକୁ ଏକ ନୋଟିସ୍ ଜାରି କରି ଉପରୋକ୍ତ ବରିଷ୍ଠ ନେତାଙ୍କ ବିରୋଧରେ ଏଫ୍ଆଇଆର ରୁଜୁ ନେଇ ଜବାବ ମାଗିଛନ୍ତି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଆପ୍ ବିଧାୟକ ଅମାନତୁଲ୍ଲା ଖାନ୍, ଏଆଇଏମ୍ଆଇଏମ୍ ନେତା ୱାରିସ ପଠାନ୍ ଏବଂ ଆକବରଉଦ୍ଦିନ୍ ଅୱେସିଙ୍କ ବିରୋଧରେ ମଧ୍ୟ ଉତ୍ତେଜକ ଭାଷଣ ନେଇ ଏଫ୍ଆଇଆର ରୁଜୁ ପାଇଁ ଆବେଦନ ହୋଇଥିଲା।
ସୋନିଆ, ରାହୁଲଙ୍କ ବିରୋଧରେ ଉତ୍ତେଜକ ଭାଷଣ ମାମଲା : କେନ୍ଦ୍ର, ଦିଲ୍ଲୀ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ
/sambad/media/post_attachments/wp-content/uploads/2020/02/sonia-rahulgandhi-pti-1543911220.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)