ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଦଳୟର ନିଖୋଜ ଛାତ୍ର ନଜୀବ ଅହମ୍ମଦଙ୍କ ମାମଲାର ତଦନ୍ତ ବନ୍ଦ କରିବାକୁ ଦିଲ୍ଲୀ ହାଇକୋର୍ଟ ସିବିଆଇକୁ ଅନୁମତି ଦେଇଛି। ପ୍ରାୟ ୨ ବର୍ଷ ତଳେ ଅର୍ଥାତ ୨୦୧୬ ମସିହା ଅକ୍ଟୋବର ମାସ ୧୫ ତାରଖ ଦିନ ଜେଏନୟୁର ମାହି ମଣ୍ଡଭି ଛାତ୍ରାବାସରୁ ନଜୀବ ଅହମ୍ମଦ ନିଖୋଜ ହୋଇଯାଇଥିଲେ।ନିଖୋଜ ପୂର୍ବ;ଦିନ ତାଙ୍କର କିଛି ଛାତ୍ରଙ୍କ ସହିତ ଟକ୍ଖଣାଟକ୍କରୀ ହୋଇତଇଲା।
ଏହାକୁ ନେଇ ଜେଏନ୍ୟୁରେ ତୀବ୍ର ଛାତ୍ର ଅଶାନ୍ତି ଦେଖାଦେଇଥିଲା।ଏ ନେଇ ନିଖୋଜ ଛାତ୍ରଙ୍କୁ ଖୋଜି ବାହାର କରିବାରେ ଦୀର୍ଘ ୭ ମାସ ଧରି ଦିଲ୍ଲୀ ପୁଲିସ ସଫଳ ନ ହେବାରୁ ସିବିଆଇକୁ ନଜୀବ ଆହମ୍ମଦଙ୍କୁ ଖୋଜି ବାହାର କରିବାକୁ ଦାୟିତ୍ୱ ଦିଆଯାଇଥିଲା। ମାତ୍ର ୧ ବର୍ଷ ମଧ୍ୟରେ ତାଙ୍କର କୌଣସି ସୂଚନା ନ ମିଳିବାରୁ ସିବିଆଇ ମାମଲା ବନ୍ଦ କରିବାକୁ ଚାହିଁଥିଲା। ମାତ୍ର ୨୦୧୭ ମେ ମାସରେ ମାମଲା ଦିଲ୍ଲୀ ହାଇକୋର୍ଟରେ ନଜୀବ ଅହମ୍ମଦଙ୍କ ମାଆ ନଫିସ ଏହି ମାମଲାରେ ଏସ୍ଆଇଟି ଗଠନ କରିବାକୁ ଆବେଦନ କରିଥିଷଳ। ମାତ୍ର ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଦେବା ସହିତ ମାମଲାର କ୍ଲୋଜର ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ଆଜି ଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ବିନୋଦ ଗୋଏଲଙ୍କୁ ନେଇ ଗଠିତ ବେଞ୍ଚ ଏ ନେଇ ଏକ କ୍ଲୋଜର ରିପୋର୍ଟ କୋର୍ଟରେ ଦାଖଲ କରିବାକୁ ସୋମବାର ନିର୍ଦ୍ଦେଶ ଦେଇଛନ୍ତି।
ଜେଏନୟୁ ଛାତ୍ର ନିଖୋଜ ଘଟଣା: ମାମଲା ବନ୍ଦ କରିବାକୁ ସିବିଆଇକୁ ନିର୍ଦ୍ଦେଶ
/sambad/media/post_attachments/wp-content/uploads/2018/10/JNU-Student_Delhi-High-Court_Thumbnail.jpg)