ନୂଆଦିଲ୍ଲୀ: କିଛିଦିନ ହେବ କ୍ରମାଗତ ଭାବେ ମୁମ୍ବାଇ ଓ ଦିଲ୍ଲୀର ବିଭିନ୍ନ ସ୍ଥାନକୁ ବୋମାରେ ଉଡ଼ାଇ ଦିଆଯିବା ନେଇ ଧମକ ମିଳୁଛି। ଶୁକ୍ରବାର ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦିଆଯିବା ନେଇ ଧମକ ମିଳିବା ପରେ ଉତ୍ତେଜନା ଦେଖା ଦେଇଛି।
ହାଇକୋର୍ଟର ସରକାରୀ ମେଲ୍ ଆଇଡିରେ ବୋମା ବିସ୍ଫୋରଣର ଧମକ ମିଳିବା ପରେ ସମଗ୍ର କୋର୍ଟ ପରିସରରେ କୋକୁଆଭୟ ଖେଳି ଯାଇଥିଲା। ଏହାପରେ ଦିଲ୍ଲୀ ହାଇକୋର୍ଟକୁ ଯୁଦ୍ଧକାଳିନଭିତ୍ତିରେ ଖାଲି କରାଯାଉଛି।
ବୋମା ଧମକ ଇମେଲରେ ଉଲ୍ଲେଖ ରହିଛି, "ପବିତ୍ର ଶୁକ୍ରବାର ବିସ୍ଫୋରଣ ପାଇଁ ପାକିସ୍ତାନ-ତାମିଲନାଡୁ ମିଳିତ ଭାବରେ ବିଚାରପତିଙ୍କ କୋଠରୀ/କୋର୍ଟ ପରିସରରେ ୩ଟି ବୋମା ରଖାଯାଇଛି। ଅପରାହ୍ନ ୨ଟା ସୁଦ୍ଧା କୋର୍ଟ ଖାଲି କରନ୍ତୁ।"
ଏହି ଧମକପୂର୍ଣ୍ଣ ଇମେଲ ଆସିବା ମାତ୍ରେ କୋର୍ଟ ପରିସରରେ ଉତ୍ତେଜନା ସୃଷ୍ଟି ହେବା ସହିତ କର୍ମଚାରୀମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। କୋର୍ଟରୁ ଓକିଲ ଏବଂ ବିଚାରପତିମାନଙ୍କୁ ଖାଲି କରାଯାଉଛି। ଖବର ପାଇ ବୋମା ନିଷ୍କ୍ରିୟ ସ୍କ୍ବାର୍ଡ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ତଦନ୍ତ ଆରମ୍ଭ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/12/new-project-4-4-2025-09-12-13-34-27.jpg)