ଅକ୍ସିଜେନ୍ ଅଭାବକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଳୀ: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଦୈନିକ ରେକର୍ଡ ଭାଙ୍ଗୁଥିବା ବେଳେ ଚିକିତ୍ସା ପାଇଁ ଅକ୍ସିଜେନ୍ ସାଜିଛି ବାଧକ । ଏନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ କୋର୍ଟରେ ଦାଖଲ ହୋଇଥିବା ମାମଲା ଉପରେ ଆଜି ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଶୁଣାଣି ବେଳେ କୋର୍ଟ ପୁଣିଥରେ କେନ୍ଦ୍ର ସରକାରଙ୍କୁ ନିନ୍ଦା କରିଛନ୍ତି ।

ଶୁଣାଣି ବେଳେ କୋର୍ଟ କେନ୍ଦ୍ର ସରକାରଙ୍କ ଉର୍ଦ୍ଦେଶ୍ୟରେ କହିଛନ୍ତି କି ଦିଲ୍ଲୀର ଅକ୍ସିଜେନ ଅଭାବ ନେଇ ତୁମେ ଆଖି ବନ୍ଦ କରିପାର ହେଲେ ଆମେ କରିପାରିବୁ ନାହିଁ । ହାଇକୋର୍ଟକୁ ଆମିକସ୍ କ୍ୟୁରି ସୂଚନା ଦେଇଛନ୍ତି କି ଅକ୍ସିଜେନ ଅଭାବରୁ ଦିଲ୍ଲୀରେ ଦୈନିକ ଲୋକଙ୍କର ମୃତ୍ୟୁ ହେଉଛି । ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇ କହିଛନ୍ତି କି ବର୍ତ୍ତମାନ ମହାରାଷ୍ଟ୍ରରେ ଅକ୍ସିଜେନର ଆବଶ୍ୟକତାଠାରୁ ଅଧିକ ଗଚ୍ଛିତ ଅଛି , ତେଣୁ ସେଠାରୁ କିଛି ଅକ୍ସିଜେନ ଟ୍ୟାଙ୍କର ଦିଲ୍ଲୀକୁ ଯୋଗାଇ ଦିଆଯିବା ଦରକାର । ଅନ୍ୟପଟେ କେନ୍ଦ୍ର ତରଫରୁ କୁହାଯାଇଛି କି ଆଜି ସୁପ୍ରିମକୋର୍ଟରେ କେନ୍ଦ୍ର ତାର ଅନୁପାଳନ ରିପୋର୍ଟ ଦାଖଲ କରୁଛି ।

ଅନ୍ୟପଟେ ଆମିକସ୍ କ୍ୟୁରି କହିଛନ୍ତି କି କିଛି ସ୍ଥାନରେ ଅକ୍ସିଜେନ ଷ୍ଟୋର କରାଯାଇପାରିବ, ଯାହାଦ୍ୱାରା ଅଭାବ ବେଳେ ତାହାକୁ ବ୍ୟବହାର କରାଯାଇ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିବ । କହିରଖୁ କି ଦିଲ୍ଲୀ ସରକାର ହାଇକୋର୍ଟରେ ଅଭିଯୋଗ କରିଥିଲେ କି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଅକ୍ସିଜେନ ଯୋଗାଣ ଓ ଟ୍ୟାଙ୍କରର ସଠିକ୍ ବିନିଯୋଗ କରାଯାଉ ନାହିଁ । ଏହା ଉପରେ ଶୁଣାଣି କରି କୋର୍ଟ ଏଭଳି ରାୟ ଶୁଣାଇଛନ୍ତି ।

ସମ୍ବନ୍ଧିତ ଖବର