ଅଗ୍ରୀମ ଟିକେଟ କ୍ରୟ କରିଥିବା ଯାତ୍ରୀମାନଙ୍କୁ କାହିଁକି ଅର୍ଥ ଫେରସ୍ତ ଦେଉନାହଁ? ଜେଟ୍‌ ଏୟାରେଓ୍ଵଜ୍‌ ଉପରେ ନୋଟିସ ଜାରି କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇ ଜେଟ୍‌ ଏୟାରେଓ୍ଵଜ୍‌ ସଂସ୍ଥା ବନ୍ଦ ହୋଇ ସାରିଥିଲେ ସୁଦ୍ଧା ଏହାର ସଙ୍କଟ ଟଳିବାର ନାଁ ନେଉନାହିଁ। ଗୋଟିଏ ପଟେ ଜେଟ୍‌ ଏୟାରେଓ୍ଵଜ୍‌ ବନ୍ଦ ହୋଇଯିବା ପରେ ଏହାର କର୍ମଚାରୀମାନେ ବକେୟା ବେତନ ନ ପାଇ ହନ୍ତସନ୍ତ ହେଉଛନ୍ତି। ଅନ୍ୟପଟେ ଯେଉଁ ଯାତ୍ରୀମାନେ ଏୟାରେଓ୍ଵଜ୍‌ରେ ଯାତ୍ରା କରିବା ପାଇଁ ଅଗ୍ରୀମ ବିମାନ ଟିକେଟ କ୍ରୟ କରିଥିଲେ ଜେଟ୍‌ ଏୟାରେଓ୍ଵଜ୍‌ ବନ୍ଦ ହୋଇ ଯିବାପରେ କମ୍ପାନି ସେହି ଯାତ୍ରୀମାନଙ୍କ ଠାରୁ ଟିକେଟ ଫେରସ୍ତ ନେଉନାହିଁ କିମ୍ବା ଯାତ୍ରୀମାନଙ୍କୁ ଅଗ୍ରୀମ ଟିକେଟ ବାବଦରେ ନେଇଥିବା ଅର୍ଥକୁ ମଧ୍ୟ ଫେରାଉ ନାହିଁ। ବର୍ତ୍ତମାନ ଏୟାରେଓ୍ଵଜ୍‌ ବନ୍ଦ ହୋଇ ଯାଇଥିବା ଦୃଷ୍ଟିରୁ ଯେଉଁ ଯାତ୍ରୀମାନେ ଜେଟ୍‌ ଏୟାରେଓ୍ଵଜ୍‌ର ଅଗ୍ରୀମ ଟିକେଟ କିଣିଛନ୍ତି ସେମାନଙ୍କୁ ଅଲଗା କମ୍ପାନିର ବିମାନରେ ଯାତ୍ରା କରିବା ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ଗ୍ରହଣ କରୁନାହିଁ।

Khas Khabar

ଏପରିପ୍ରେକ୍ଷୀରେ ଜେଟ୍‌ ଏୟାରେଓ୍ଵଜ୍‌ ଠାରୁ ଅଗ୍ରୀମ ଟିକେଟ କିଣିଥିବା ଯାତ୍ରୀମାନେ ଏବେ ସବୁଆଡ଼ୁ ନିରାଶ ହେବା ପରେ ଶେଷରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏସଂପର୍କରେ ଆଗତ ଏକ ମାମଲାକୁ ଦିଲ୍ଲୀ ହାଇକୋର୍ଟ ଆଜି ବିଚାର କରି ଗ୍ରହଣ କରିବା ସହ ଜେଟ୍‌ ଏୟାରେଓ୍ଵଜ୍‌, ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ ଓ ବେସାମରିକ ମନ୍ତ୍ରାଳୟକୁ ନୋଟିସ୍‌ ଜାରି କରିବା ସହ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଆସନ୍ତା ମେ’ ୧୬ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର