ଚିଦମ୍ବରମଙ୍କ ଜାମିନ ଖାରଜ କରିଥିବା ବିଚାରପତିଙ୍କୁ ପିଏମ୍‌ଏଲ୍‌ଏ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ନିଯୁକ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ବିଚାରପତି ସୁନୀଲ ଗୌର ପୂର୍ବ ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କୁ ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ‘କିଙ୍ଗପିନ୍‌’ ବୋଲି କହିବା ସହ ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଏହାଦ୍ବାରା ସିବିଆଇ ମାମଲାରେ ଚିଦମ୍ବରମଙ୍କ ଗିରଫ ପାଇଁ ରାସ୍ତା ସଫା ହୋଇଯାଇଥିଲା। ଏବେ ବିଚାରପତି ଗୌର୍‌ଙ୍କୁ ପିଏମ୍‌ଏଲ୍‌ଏ (ପ୍ରିଭେନ୍ସନ ଅଫ୍ ମନି ଲଣ୍ଡ୍ରିଂ ଏକ୍ଟ) ଆଇନ ପାଇଁ ଥିବା ଅପିଲେଟ୍‌ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ନିଯୁକ୍ତି ଦିଆଯାଇଛି । ଏହି ଟ୍ରିବ୍ୟୁନାଲରେ ଜଣେ ଅଧ୍ୟକ୍ଷ ଏବଂ ୪ ଜଣ ସଦସ୍ୟ ରହିଥାନ୍ତି। ଏହାର ମୁଖ୍ୟାଳୟ ଦିଲ୍ଲୀରେ ରହିଛି । ଜଷ୍ଟିସ୍‌ ଗୌର ତାଙ୍କର ନୂଆ ଦାୟିତ୍ବ ୨୩ ସେପେ୍‌ଟମ୍ବରରେ ଗ୍ରହଣ କରିବେ। ୨୩ ଅଗଷ୍ଟରେ ଚିଦମ୍ବରମଙ୍କ ଜାମିନ ଆବେଦନ ଖାରଜ କରି ଜଷ୍ଟିସ୍‌ ଗୌର୍‌ କହିଥିଲେ ଆଇଏନ୍‌କ୍ସ ମିଡିଆ ଦୁର୍ନୀତି ମାମଲାର କିଙ୍ଗ୍‌ପିନ୍‌ଙ୍କୁ ଜାମିନ ପ୍ରଦାନ କରାଗଲେ ଏହା ସମାଜକୁ ଭୁଲ୍‌ ବାର୍ତ୍ତା ଦେବ।

ସମ୍ବନ୍ଧିତ ଖବର