ନୂଆଦିଲ୍ଲୀ : ବିବାହିତ ମହିଳାଙ୍କ ଆପତ୍ତିଜନକ ଫଟୋ ଏବଂ ଭିଡିଓ ଇଣ୍ଟରନେଟ୍ରୁ ହଟାଇବା ପାଇଁ ପଦକ୍ଷେପ ନେବାକୁ ଦିଲ୍ଲୀ ହାଇକୋର୍ଟ ଗୁଗୁଲ୍, ୟୁଟ୍ୟୁବ୍, ଦିଲ୍ଲୁ ପୁଲିସର ସାଇବର ସେଲ୍ ଏବଂ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କିତ ସାଇଟ୍ ଏବଂ ଲିଙ୍କ୍କୁ ଇଣ୍ଟରନେଟରୁ ହଟାଇବା ପାଇଁ କୁହାଯାଇଛି। ବିଚାରପତି ସୁବ୍ରମଣ୍ୟମ ପ୍ରସାଦ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଆସନ୍ତା ୧୬ ତାରିଖରେ କରିବାକୁ ସ୍ଥିର କରିଛନ୍ତି। ମହିଳାଙ୍କ ଆବେଦନ ଉପରେ ଜବାବ ରଖିବାକୁ ଗୁଗୁଲ୍, ୟୁଟ୍ୟୁବ, କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସାଇବର ସେଲ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଛଦ୍ମନାମରେ ପରିଚାଳିତ ହେଉଥିବା ଅଶ୍ଳୀଳ ସାଇଟ୍ଗୁଡ଼ିକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଜଣେ ମହିଳା ଆବେଦନ କରିଛନ୍ତି। ସେହିଭଳି ସାଇଟ୍ରେ ପ୍ରକାଶ ପାଉଥିବା ମହିଳାଙ୍କ ନଗ୍ନ, ଯୌନ ସଂପର୍କିତ କିମ୍ବା ବିକୃତ ଫଟୋକୁ ମଧ୍ୟ ହଟାଇବା ପାଇଁ ଗୁଗୁଲ୍କୁ ନିର୍ଦ୍ଦେଶ ଦେବା ଲାଗି ଆବେଦନରେ ପ୍ରାର୍ଥନା କରାଯାଇଛି। ଆସନ୍ତା ଶୁଣାଣି ପୂର୍ବରୁ ଆବେଦନକାରୀଙ୍କ ଏସବୁ ଫଟୋକୁ ହଟାଇବା ନିମନ୍ତେ ଗୁଗୁଲ, ୟୁଟୁବ, କେନ୍ଦ୍ର ଏବଂ ଦିଲ୍ଲୀ ପୁଲିସର ସାଇବର ସେଲ୍ର ଓକିଲମାନେ ପଦକ୍ଷେପ ନେବେ ବୋଲି କୋର୍ଟ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/delhi-police.jpg)