ନୂଆଦିଲ୍ଲୀ: ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କର ଦିଲ୍ଲୀ ହାଇକୋର୍ଟରେ ବଡ଼ ବିଜୟ ହୋଇଛି। ଦିଲ୍ଲୀ ଉପରାଜ୍ୟପାଳଙ୍କ ବିରୋଧରେ ଅପମାନଜନକ ସୋସିଆଲ ମିଡିଆ ପୋଷ୍ଟ୍ ହଟାଇବାପାଇଁ ହାଇକୋର୍ଟ ଆଜି ଆପ୍ ନେତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୨୨ରେ ଏଲ୍ଜି ସାକ୍ସେନା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆପ୍ ନେତାମାନେ ଏଲ୍ଜି ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରି ତାଙ୍କ ବିରୋଧରେ ଅପମାନଜନକ ପୋଷ୍ଟ୍ କରିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। କୋର୍ଟ ଆଜି ଏହି ଆବେଦନର ଶୁଣାଣି କରିବା ସହ ଆପ୍ ନେତାଙ୍କୁ ପୋଷ୍ଟ୍ ହଟାଇବାପାଇଁ କହିଛନ୍ତି। ଆପ୍ ଦାବି କରିଛି ଯେ ଏଲ୍ଜି କେଭିଆଇସି (ଖଦି ଆଣ୍ଡ ଭିଲେଜ ଇଣ୍ଡଷ୍ଟ୍ରିଜ୍ କମିସନ୍) ଅଧ୍ୟକ୍ଷ ଥିବାବେଳେ ୧୪୦୦ କୋଟି ଟଙ୍କାର ଦୁର୍ନୀତିରେ ସାମିଲ ଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp