ହୋଟେଲ୍‌ଗୁଡ଼ିକୁ କୋଭିଡ୍-୧୯ ହସ୍‌ପିଟାଲ୍ କରାଯାଇ ପାରିବ କି ନାହିଁ, ଅନୁଧ୍ୟାନ କରି ରିପୋର୍ଟ ଦେବେ ଦିଲ୍ଲୀ ହାଇକୋର୍ଟ ପାନେଲ୍

ନୂଆଦିଲ୍ଲୀ: ନିଉ ଫ୍ରେଣ୍ଡସ୍ କଲୋନିସ୍ଥିତ ସୂର୍ଯ୍ୟ ହୋଟେଲ୍ ଏବଂ ଓଖ୍‌ଲାସ୍ଥିତ କ୍ରାଉନ୍ ପ୍ଲାଜା ହୋଟେଲ୍‌କୁ ଅତିରିକ୍ତ କୋଭିଡ୍ ହସ୍ପିଟାଲ୍ ଭାବେ ବ୍ୟବହାର କରିବାକୁ ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟ ଯୋଜନା କରୁଛନ୍ତି। ପ୍ରସ୍ତାବିତ ଦୁଇଟି ହୋଟେଲ୍‌ ପରିଦର୍ଶନ କରି ରିପୋର୍ଟ ଦାଖଲ କରିବାକୁ ଦିଲ୍ଲୀ ହାଇକୋର୍ଟ ଗୁରୁବାର ଦିନ ଏକ ଡାକ୍ତରୀ କମିଟି ଗଠନ କରିଛନ୍ତି।

ଜୁନ୍ ୧୪ କିଂବା ତା’ପୂର୍ବରୁ ରିପୋର୍ଟ ଦାଖଲ କରିବାକୁ ଜଷ୍ଟିସ୍ ନବୀନ ଚାୱଲା ଏହି କମିଟିକୁ ନିର୍ଦେଶ ଦେଇଛନ୍ତି।

‘ଏମ୍‌ସ୍‌’ର ଡାକ୍ତର ରଣଦୀପ ଗୁଲେରିଆ ଏବଂ ନିତି ଆୟୋଗର ସଦସ୍ୟ ଥିବା ଭି କେ ପଲ୍ ମଧ୍ୟ ଏହି କମିଟିରେ ସାମିଲ ହୋଇଛନ୍ତି। ଜାତୀୟ ରାଜଧାନୀରେ ଥିବା ହୋଟେଲ୍‌ଗୁଡ଼ିକୁ ଏହି କମିଟି ପରିଦର୍ଶନ କରିବ। ହୋଟେଲ୍‌ଗୁଡ଼ିକୁ କୋଭିଡ୍-୧୯ ହସ୍‌ପିଟାଲ୍‌ରେ ପରିଣତ କରିବାକୁ ସରକାର ଗ୍ରହଣ କରିଥିବା ନିଷ୍ପତ୍ତିକୁ ହାଇକୋର୍ଟରେ ଚାଲେଞ୍ଜ୍ କରାଯାଇଥିଲା।

ହୋଟେଲ୍‌ଗୁଡ଼ିକୁ ଡାକ୍ତରଖାନାରେ ପରିଣତ କଲେ ଯାହା ସବୁ ସମସ୍ୟା ଉପୁଜିବ, ତାହା ଉପରେ ଆବେଦନକାରୀ ଯୁକ୍ତି ଦର୍ଶାଇଥିଲେ। ଏୟାର୍ କଣ୍ଡିସନ୍ ଲାଗିଥିବା, ଷ୍ଟ୍ରେଚର୍ ନେବାଆଣିବା କରିବାକୁ ବଡ଼ ଲିଫ୍‌ଟ୍ ନ ଥିବା, ଜୈବ ଆବର୍ଜନା ଫିଙ୍ଗିବା ପାଇଁ ସୁବିଧା ନ ଥିବା ଆଦି ସମସ୍ୟା କଥା ଆବେଦନକାରୀ ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର