ନୂଆଦିଲ୍ଲୀ : ୧୯୮୪ରେ ସଂଘଟିତ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କଂଗ୍ରେସ ନେତା ସଜ୍ଜନ୍ କୁମାର ଆତ୍ମସମର୍ପଣରେ ବିଳମ୍ବ ପାଇଁ କରିଥିବା ଆବେଦନକୁ ନାକଚ କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ୨୦୧୮ ଡିସେମ୍ବର ୩୧ ପୂର୍ବରୁ ବା ସେହିଦିନ ହିଁ ତାଙ୍କୁ ଆତ୍ମସମର୍ପଣ କରିବାକୁ ପଡ଼ିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ଗୁରୁବାର ସେ ଆତ୍ମସମର୍ପଣ ଅବଧି ଜାନୁଆରୀ ୩୧ଯାଏ ବୃଦ୍ଧି କରିବାକୁ ଆବେଦନ କରିଥିଲେ। ୭୩ ବର୍ଷୀୟ ସଜ୍ଜନ କୁମାର ଗତକାଲି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ ଯେ ତାଙ୍କର ୩ ପୁଅ, ଝିଅ ଏବଂ ୮ ଜଣ ନାତି ନାତୁଣୀ ଅଛନ୍ତି। ତେଣୁ ସେମାନଙ୍କ ମଧ୍ୟରେ ସମ୍ପତ୍ତି ସଂକ୍ରାନ୍ତ ସମସ୍ତ ଅଡ଼ୁଆ ତୁଟାଇ ସେ କୋର୍ଟରେ ଆତ୍ମସମର୍ପଣ କରିବେ। ଏଥିଲାଗି ସେ ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଉ। ଏହି ଆବେଦନ ନାକଚ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/sajjan-kumar.jpg)