ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପିଲିଭିଟ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଭାଷଣରେ ଭଗବାନ ଓ ଉପାସନା ସ୍ଥାନ ନାମରେ ଭୋଟ ମାଗି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ୬ ବର୍ଷ ପାଇଁ ନିର୍ବାଚନ ଲଢ଼ିବାରୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଆଗତ ହୋଇଥିବା ଆବେଦନକୁ ସୋମବାର ଖାରଜ କରିଦେଇଛନ୍ତି।

ହାଇକୋର୍ଟ କହିଛନ୍ତି ଯେ ଏହି ଆବେଦନ ଯୋଗ୍ୟତା ବିହୀନ।

Advertisment

ସମାନ ରିଲିଫ ପାଇଁ ,ହି ଅଭିଯୋଗ ଉପରେ ନିର୍ବାଚନ କମିଶନ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନଥିବା ବେଳେ ଆବେଦନକାରୀ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିବାରୁ ଏହି ଆବେଦନକୁ ଭୁଲ୍‌ ଭାବରେ ଗ୍ରହଣ କରାଯାଇଛି ବୋଲି ଅଦାଲତ ମତ ଦେଇଛନ୍ତି।

ଆଦର୍ଶ ଆଚରଣ ବିଧି (ଏମସିସି)ର ଉଲ୍ଲଂଘନ ହୋଇଛି ବୋଲି ଆବେଦନକାରୀ ଅନୁମାନ କରୁଛନ୍ତି। ଏହା ସମ୍ପୂର୍ଣ୍ଣ ଅଯଥା। ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଚିନ ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟରେ କହିଛନ୍ତି ଯେ, ଯୋଗ୍ୟତା ବିହୀନ ହୋଇଥିବାରୁ ଆବେଦନକୁ ଖାରଜ କରାଯାଉଛି।