ନୂଆଦିଲ୍ଲୀ: ୧୯୮୬ ବ୍ୟାଚର ଓଡ଼ିଶା କ୍ୟାଡର ଆଇପିଏସ ଅଫିସରଙ୍କୁ ଆଜି କଡା ଭର୍ତ୍ସନା କରିଛନ୍ତି ଦିଲ୍ଲୀ ହାଇକୋର୍ଟ | ଆଜି ଦିଲ୍ଲୀ ହାଇକୋର୍ଟ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ତଥା ପୂର୍ବତନ ଆଇପିଏସ୍ ଅଧିକାରୀ ଏମ ନାଗେଶ୍ୱର ରାଓଙ୍କ ଆବେଦନକୁ ଖାରଜ କରିବା ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି | ସୂଚନା ଥାଉ ନାଗେଶ୍ୱର ତାଙ୍କ ଟ୍ୱିଟର ଆକାଉଣ୍ଟରେ ବ୍ଲୁ ଟିକ୍ ଲଗାଇବା ପାଇଁ କୋର୍ଟରେ ଏକ ଆବେଦନ କରିଥିଲେ | ଆଉ ଏହାକୁ ଖାରଜ କରି ଦିଲ୍ଲୀ ହାଇକୋର୍ଟର ବିଚାରପତି ଯଶବନ୍ତ ବର୍ମା କହିଛନ୍ତି ଯେ ଆବେଦନକାରୀ ଏମ ନାଗେଶ୍ୱର ରାଓଙ୍କୁ ଗତ ମାସରେ ଟ୍ୱିଟର ସହ ଯୋଗାଯୋଗ କରି ତାଙ୍କ ସମସ୍ୟାର ସମାଧାନ କରିବାକୁ କୁହାଯାଇଥିଲା, ତଥାପି ସେ ପୁନର୍ବାର କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ |
ଏପ୍ରିଲ୍ ୧୭ରେ ମଧ୍ୟ ଜଷ୍ଟିସ୍ ବର୍ମା ସମାନ ଆବେଦନ ଉପରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ ଏବଂ ତାଙ୍କୁ ଟ୍ୱିଟରରେ ଅଭିଯୋଗ କରିବାକୁ କହିଥିଲେ। ମଙ୍ଗଳବାର ଦିନ ବିଚାରପତି କହିଛନ୍ତି ଯେ,"ଆମେ ପୂର୍ବ ଆବେଦନରେ ଏକ ଆଦେଶ ଦେଇଥିଲୁ। ତେବେ ଆପଣ ତୁରନ୍ତ କୋର୍ଟଙ୍କ ନିକଟରେ କାହିଁକି ପୁଣି ଆବେଦନ କଲେ ? ଆପଣଙ୍କ ପାଖରେ ବହୁତ ଖାଲି ସମୟ ଅଛି। ଆପଣ ଆମଠାରୁ ଉପହାର ଚାହୁଁଛନ୍ତି କି?" ସୂଚନା ଥାଉ କି ଯେ ରାଓ ୭ ଏପ୍ରିଲରେ ଟ୍ୱିଟରରେ ବ୍ଲୁ ଟିକ୍ ପାଇଁ ଆବେଦନ କରିଥିଲେ।
ଅବଶ୍ୟ, ସେ ଟ୍ୱିଟର ଆଜି ପର୍ଯ୍ୟନ୍ତ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲାଗିଥିବା ଯାଞ୍ଚ ଟ୍ୟାଗକୁ ପୁନଃସ୍ଥାପିତ କରିନାହିଁ। ଆଉ ଏହାକୁ ନେଇ ଟ୍ୱିଟରକୁ ନିର୍ଦ୍ଦେଶ ଦେବାକୁ ସେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ | ତେବେ କୋର୍ଟ ଏହି ଆବେଦନକୁ ଖାରଜ କରିବା ସହିତ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଆବେଦନକାରୀଙ୍କ ଉପରେ ନିଷ୍ପତ୍ତି ନେବା ପାଇଁ ଟ୍ୱିଟରକୁ ଯୁକ୍ତିଯୁକ୍ତ ସମୟ ଦେବା ଉଚିତ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/fd17835d-dee2-4986-a0d0-4fbc3b06c3b4-1.jpg)