ନୂଆଦିଲ୍ଲୀ: ଦିଲ୍ଲୀ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ସମ୍ପୃକ୍ତି ଥିବା ନେଇ ପୁଲିସ ଅନ୍ୟ ୨ ଜଣ ଅଭିଯୁକ୍ତଙ୍କୁ ଖୋଜୁଛି। ଉକ୍ତ ୨ ଅଭିଯୁକ୍ତ ହେଉଛନ୍ତି ‌ଆଶୁତୋଷ ଏବଂ ଅଙ୍କୁଶ। ପୁଲିସ ଅନୁଯାୟୀ ଉକ୍ତ ୨ ଅଭିଯୁକ୍ତ ମମଲାରେ ସମ୍ପୃକ୍ତ ଥିବା ମୋଟ୍‌ ୫ ଜଣ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇଛନ୍ତି ‌ଏବଂ ସେମାନଙ୍କ କାରକୁ ଅନ୍ୟତ୍ର ନେବା ସହ ଅଟୋ ସୁବିଧା ଉପଲବ୍ଧ କରାଇଛନ୍ତି। ମୋଟ୍‌ ୧୮ଟି ଟିମ୍‌ ଏହି ମାମଲାର ତଦନ୍ତ କରୁଛନ୍ତି। ସମସ୍ତ ଦିଗରୁ ମାମଲାର ତଦନ୍ତ କରାଯାଉଛି। ସ୍ବତନ୍ତ୍ର ପୁଲିସ କମିସନର ସାଗର ପ୍ରୀତ ହୁଦା କହିଛନ୍ତି ଯେ ସିସିଟିଭି ଫୁଟେଜ ଏବଂ କଲ୍‌ ରେକର୍ଡ ଆଧାରରେ ଆମେ ଏହି ମାମଲାରେ ଅନ୍ୟ ୨ ଅଭିଯୁକ୍ତିଙ୍କୁ ଖୋଜୁଛୁ।

Advertisment

ପୁଲିସ ଅଧିକାରୀ କହିଛନ୍ତି, ସମସ୍ତ ୫ ଜଣଙ୍କୁ ଜେରା କରାଯାଉଛି। ତଦନ୍ତରୁ ଏଯାବତ ଜଣାପଡ଼ିଛି ଯେ ଅଭିଯୁକ୍ତ ଏବଂ ମୃତ ମହିଳାଙ୍କ ମଧ୍ୟରେ କୌଣସି ସଂପର୍କ ନାହିଁ। ଉଲ୍ଲେଖଯୋଗ୍ୟ, ନୂଆବର୍ଷ ଭୋର ସମୟରେ ଅଞ୍ଜଳି ସିଂହ ନାମକ ଜଣେ ମହିଳା ତାଙ୍କର ଜଣେ ବନ୍ଧୁଙ୍କ ସହ ପାର୍ଟିରୁ ଫେରୁଥିବା ସମୟରେ ବା‌ଟରେ ତାଙ୍କୁ କାର୍‌ ଧକ୍କା ଦେଇଥିଲା। କାର୍‌ ଧକ୍କା ଦେବା ପରେ ସେ କାର୍‌ ଚକା ତଳେ ଲାଖି ଯାଇଥିଲେ ଏବଂ ପ୍ରାୟ ୧୨ କିମି ପର୍ଯ୍ୟନ୍ତ କାର୍‌ ତାଙ୍କୁ ଘୋଷାଡ଼ି ନେବାରୁ ହୃଦୟବିଦାରକ ମୃତ୍ୟୁ ହୋଇଥିଲା। ଘଟଣା ସମୟରେ ଅଞ୍ଜଳିଙ୍କ ସହିତ ଥିବା ତାଙ୍କ ବନ୍ଧୁ ଏହା ଦେଖି ମଧ୍ୟ କାହାକୁ କିଛି ନଜଣାଇ ଘରକୁ ପଳାଇଥିଲେ।