ନୂଆଦିଲ୍ଲୀ: ଦିଲ୍ଲୀରେ ଗୋଟିଏ ପଟେ ଜଳ ସଙ୍କଟ ସାଙ୍ଗକୁ ପ୍ରଦୂଷଣ ବୃଦ୍ଧି ଏବେ ସରକାରଙ୍କ ଚିନ୍ତା ବଢାଇ ଦେଇଥିବା ବେଳେ ଅନ୍ୟପଟେ ପ୍ରଶାସନିକ ଅଧିକାରୀ କାର୍ଯ୍ୟରେ ଯୋଗ ଦେଉନଥିବାରୁ ଅଚଳାବସ୍ଥା ଜାରି ରହିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏହି ମାମଲାରେ ଉଦ୍ବେଗ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ନିଷ୍ପତ୍ତିକୁ ବିରୋଧ କରି କ୍ରେଜିଓ୍ଵାଲ ଓ ତାଙ୍କ ମନ୍ତ୍ରୀମାନେ ବିଗତ ୪ ଦିନ ହେବ ଏଲଜି(ଉପ ରାଜ୍ୟପାଳ)ଅନିଲ ବୈଜଲଙ୍କ ଘରେ ଧାରଣା ଦେଉଛନ୍ତି। ପ୍ରଶାସନିକ ଅଚଳାବସ୍ଥା ଭିତରେ ମୁଖ୍ୟମନ୍ତ୍ରୀ ଓ ସମସ୍ତ ମନ୍ତ୍ରୀ ଧାରଣାରେ ବସିଥିବାରୁ ବଡ଼ ସଙ୍କଟ ଉପୁଜିଛି। ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକରେ ଅଚଳାବସ୍ଥା ଜାରି ରହିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉପ ରାଜ୍ୟପାଳ ବୈଜଲ ଏହି ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ଆଜି ପ୍ରଧାନମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ଅପରପକ୍ଷେ,ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ଦିଲ୍ଲୀର ସ୍ଥିତି ବିଗୁଡ଼ୁଥିବା ସତ୍ତ୍ୱେ ଧାରଣାରେ ବସିଥିବାରୁ ଏହାକୁ ବିରୋଧ କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରିଛନ୍ତି। ଆସନ୍ତା ୧୮ ତାରିଖରେ ଦିଲ୍ଲୀ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବ।
ଦିଲ୍ଲୀ ସଙ୍କଟ ଜଟିଳ: ମୋଦିଙ୍କୁ ଚିଠି ଲେଖିଲେ କେଜ୍ରିଓ୍ଵାଲ
/sambad/media/post_attachments/wp-content/uploads/2018/05/Kejriwal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)