ନୂଆଦିଲ୍ଳୀ: ଏବେ ଏକ ଚିନ୍ତାଜନକ ଖବର ହସ୍ତଗତ ହୋଇଛି। ଦୁନିଆର ସବୁଠୁ ଅଧିକ ୨୦ଟି ପ୍ରଦୂଷିତ ସହର ମଧ୍ୟରେ ଭାରତ ୧୩ଟି ସହର ସ୍ଥାନ ପାଇଛି । ତେବେ ବିଶେଷଜ୍ଞଙ୍କ ମତରେ ଏଣିକି ଭାରତକୁ  ୫ଟି ଦିଗ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ । ବାୟୁକୁ ନିର୍ମଳ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା , ପବ୍ଲିକ ଟ୍ରାନପୋର୍ଟ ବଢ଼ାନ୍ତୁ, ନିର୍ମାଣ କାମରେ କମ ପ୍ରଦୂଷଣ କରାଯାଉ, ଏଲପିଜି ବ୍ୟବହାର ବଢ଼ାଯାଉ ଏବଂ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରାଯାଉ।

Advertisment

ଦେଶରେ ବଢ଼ୁଛି ପ୍ରଦୂଷଣ :

-କ୍ୟୁଆର ରିପୋର୍ଟ ୨୦୨୪ ପ୍ରକାଶିତ।
-ଦିଲ୍ଲୀ ସମେତ ଏମିତି ୧୨ଟି ସହରରେ ଲଗାତାର ପ୍ରଦୂଷଣ ବଢିଛି।
-ବିଶ୍ବର ସବୁଠୁ ଅଧିକ ପ୍ରଦୂଷିତ ଦେଶ ଭାବେ ଭାରତ ୫ ନମ୍ବର ସ୍ଥାନରେ ରହିଛି।
-ଦୁନିଆର ୨୦ ସହର ଭିତରେ ୧୩ଟି ସହର ଭାରତର।
-ଦକ୍ଷିଣ ଆଫ୍ରିକାର ଚାଡ୍‌ ଦେଶ ଏକ ନମ୍ବର ପ୍ରଦୂଷିତ ସହର।
-ଦ୍ବିତୀୟରେ ବାଂଲାଦେଶ, ପାକିସ୍ତାନ ତୃତୀୟରେ, କଙ୍ଗୋ ଚତୁର୍ଥରେ।
-ଭାରତର ମେଘାଳୟର ବର୍ନିହାଟ ପ୍ରଥମ।
-ଦ୍ବିତୀୟରେ ଦିଲ୍ଲୀ, ପଞ୍ଜାବର ମୁଲ୍ଲାପୁର ତୃତୀୟରେ, ହରିୟାଣାର ଫରିଦାବାଦ ଚତୁର୍ଥରେ।
-ଉତ୍ତର ପ୍ରଦେଶର ଲୋନୀ ପଞ୍ଚମରେ, ଗୁରୁଗ୍ରାମ ଷଷ୍ଠରେ, ଶ୍ରୀଗଙ୍ଗାନଗର ସପ୍ତମରେ।
-ଗ୍ରେଟର ନୋଏଡା ଅଷ୍ଟମରେ, ଭିବାଡୀ ନବମରେ, ମୁଜଫରନଗର ଦଶମରେ, ହନୁମାନଗଡ ଏକାଦଶ।
-ନୋଏଡା ଦ୍ବାଦଶ ସ୍ଥାନରେ ରହିଛି।
-ଓସୋନିଆ ଦୁନିଆର ସବୁଠୁ ନିର୍ମଳ ସହର ଭାବେ ସ୍ଥାନ ପାଇଛି।