ଧମକାଇଲେ ମେହେବୁବା, ପିଡିପିକୁ ଭାଙ୍ଗିବାକୁ ଚେଷ୍ଟା କଲେ ସ୍ଥିତି ଭୟଙ୍କର ହେବ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କୁ ଏକରକମ ଧମକ ଦେଇଛନ୍ତି ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ବେହେବୁବା ମୁଫତି । ସେ କହିଛନ୍ତି ଯେ ତାଙ୍କ ଦଳ ପିଡିପିକୁ ଭାଙ୍ଗିବାକୁ ଚେଷ୍ଟା କଲେ ପରିଣତି ଭୟାବହ ହେବ । କାଶ୍ମୀର ପୁଣି ୧୯୮୭କୁ ଫେରିଯିବ । କିଛିଦିନ ପୂର୍ବେ ବିଜେପି ମୁଫତି ସରକାରରୁ ସମର୍ଥନ ପ୍ରତ୍ୟାହାର କରିବାରୁ ଜାମ୍ମୁ ଓ କାଶ୍ମୀରର ସରକାର ଭାଙ୍ଗିଯାଇଥିଲା ଓ ମୁଫତି ଇସ୍ତଫା ଦେଇଥିଲେ । କିନ୍ତୁ ଏବେ ବିଜେପି ପିଡିପିର କେତେ ଜଣ ବିଦ୍ରୋହୀ ବିଧାୟକଙ୍କ ସହାୟତାରେ ପୁଣି ସରକାର ଗଢିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଥିବାରୁ ତାହାର ଜବାବରେ ସେ ଏକଥା କହିଛନ୍ତି । ସେ କହିଛନ୍ତି ଯେ ୧୯୮୭ରେ ଦିଲ୍ଲୀ କାଶ୍ମୀର ଲୋକଙ୍କ ଜନମତକୁ ସମ୍ମାନ ନଦେଖାଇବାରୁ ୟାସିନ ମଲ୍ଲିକ ଓ ସୟଦ ସଲ୍ଲାଉଦ୍ଦିନ ପରି ବିଚ୍ଛିନ୍ନତାବାଦୀ ତିଆରି ହୋଇଥିଲେ । ଏବେ ପୁଣି ସେପରି ହେଲେ ସ୍ଥିତି ତାହାଠାରୁ ଆହୁରି ଭୟଙ୍କର ହେବ । କିଛିଦିନ ତଳେ ପିଡିପିର କେତେକ ଜଣେ ବିଦ୍ରୋହୀ ବିଧାୟକ ଅଭିଯୋଗ କରିଥିଲେ ଯେ ମେହେବୁବା ମୁଫତି ଦଳକୁ ଏକ ପାରିବାରିକ ସଂପତ୍ତିରେ ପରିଣତ କରିବାକୁ ଉଦ୍ୟମ କରୁଛନ୍ତି ।

ସମ୍ବନ୍ଧିତ ଖବର