ସିଏଏକୁ ନେଇ ମୌଜପୁରରେ ପଥର ମାଡ଼, ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଲୁହବୁହା ବାଷ୍ପ ପ୍ରୟୋଗ କଲା ପୁଲିସ

ନୂଆଦିଲ୍ଲୀ:  ‘ସିଏଏ’ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଶନିବାର ରାତିରେ ଦିଲ୍ଲୀର ଜାଫ୍ରାବାଦ ମେଟ୍ରୋ ଷ୍ଟେସନ୍‌ ବାହାରେ ବହୁ ସଂଖ୍ୟକ ମହିଳା ଏକତ୍ର ହୋଇଥିଲେ। ଫଳରେ ସୀଲମପୁରରୁ ମୌଜପୁର ଏବଂ ଯମୁନା ବିହାର ଯାଇଥିବା ସଡ଼କ ନମ୍ବର ୬୬ ଅବରୋଧ ହୋଇଥିଲା।
ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ଲାଗି ଘଟଣାସ୍ଥଳରେ ବ୍ୟାପକ ପୁଲିସ ମଧ୍ୟ ମୁତୟନ କରାଯାଇଥିଲା। ଆଜି ମୌଜପୁରରେ ସିଏଏକୁ ସମର୍ଥନ କରି ବିଜେପି ନେତା କପିଲ ମିଶ୍ରା ଏକ ରାଲି ବାହାର କରିଥିଲେ। ଏହି ଖବର ଜାଫ୍ରାବାଦରେ ସିଏଏକୁ ବିରୋଧ କରୁଥିବା ମହିଳାମାନଙ୍କ କାନରେ ପଡ଼ିବା ପରେ ସେମାନେ ମୌଜପୁର ଆସି କପିଲ ମିଶ୍ରା ଏବଂ ଅନ୍ୟ ସମର୍ଥକମାନଙ୍କ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଥିଲେ।

CAA के खिलाफ सड़क जाम के विरोध में प्रदर्शन (फोटो- ANI)
aajtak.intoday.in

ଧିରେ ଧିରେ ସ୍ଥିତି ସଙ୍ଗୀନ ହେବାରୁ ଜାଫ୍ରାବାଦରେ ମୁତୟନ ଥିବା ପୁଲିସ ସିଏଏ ସମର୍ଥକ ଏବଂ ବିରୋଧୀଙ୍କ ଉପରକୁ ଲୁହବୁହା ବାଷ୍ପ ଛାଡ଼ିଥିଲେ। ପଥର ମାଡ଼ ହୋଇଥିବାରୁ ଅନେକ ଆନ୍ଦୋଳନକାରୀ ଆହତ ହୋଇଥିବା ଜଣା ପଡ଼ିଛି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଥିବା ବେଳେ ଆଗାମୀ ସମୟରେ ଏଭଳି କୌଣସି ଘଟଣା ଘଟିଲେ ମୁକାବିଲା ପାଇଁ ଅତିରିକ୍ତ ସୁରକ୍ଷା ବଳକୁ ଡ଼କାଯାଇଛି।

ସମ୍ବନ୍ଧିତ ଖବର